କଫି କପ୍‌ ବି ବ୍ୟକ୍ତିଙ୍କ ସ୍ବଭାବ ସମ୍ପର୍କରେ ଦେଇଥାଏ ସୂଚନା…

ନ୍ୟୁୟର୍କ,୨୨।୩: କୌଣସି ବ୍ୟକ୍ତିଙ୍କ ସ୍ବଭାବ କିପରି ତାହା ସେ ବ୍ୟବହାର କରୁଥିବା କଫି କପ୍‌ରୁ ହିଁ ଜଣାପଡ଼ିଥାଏ। ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଏହା ସତ୍ୟ। ଏନେଇ ‘ଫୁଡ୍‌ କ୍ୱାଲିଟି ଆଣ୍ଡ ପ୍ରିଫରେନ୍ସ’ ପତ୍ରିକାରେ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏଥି ପାଇଁ ଗବେଷକ ଅନଲାଇନ୍‌ରେ ୩୦୯ ଜଣ ବ୍ୟକ୍ତିଙ୍କ ମତାମତ ନେଇ ଥିଲେ। ସମ୍ପୃକ୍ତ ବ୍ୟକ୍ତିମାନେ ଚାଇନା, କଲମ୍ବିଆ, ବ୍ରିଟେନ୍‌ ଆଦିର ବାସିନ୍ଦା ବୋଲି ‘ଫୁଡ୍‌ କ୍ୱାଲିଟି ଆଣ୍ଡ ପ୍ରିଫରେନ୍ସ’ ପତ୍ରିକା ପକ୍ଷରୁ କୁହାଯାଇଛି। ସର୍ଭେରେ ସାମିଲ୍‌ ହୋଇଥିବା ବ୍ୟକ୍ତିଙ୍କୁ ୮ଟି କଫି କପ୍‌ ମଧ୍ୟରୁ ସେମାନଙ୍କର ପସନ୍ଦ ବାଛିବା ପାଇଁ କୁହାଯାଇଥିଲା। ଅଣ ଓସାରିଆ କପ୍‌ ପସନ୍ଦ କରିଥିବା ବ୍ୟକ୍ତିଙ୍କ ସ୍ବଭାବ ପରିବର୍ତ୍ତିତ ଧାରା ସହିତ ବଦଳିଥାଏ। ସେହିପରି ସେ ଅଧିକ କଡ଼ା ସ୍ବାଦକୁ ପସନ୍ଦ କରିଥାନ୍ତି। ଅପରପକ୍ଷରେ ଚୌଡ଼ା କପ୍‌ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ସ୍ବଭାବ ନରମ ହୋଇଥାଏ। ସେମାନେ ଅଧିକ ମିଠାଯୁକ୍ତ ଖାଦ୍ୟକୁ ପସନ୍ଦ କରିଥାନ୍ତି। ଏହି ଅନ୍‌ ଲାଇନ୍‌ ସର୍ଭେରେ ପେଶାଦାର ଆଇଜନୀବୀ, ଡାକ୍ତର, ରେଷ୍ଟୁରାଣ୍ଟ୍‌ ମାଲିକ, ବ୍ୟବସାୟୀ ଆଦି ସାମିଲ ହୋଇଥିଲେ।

Share