କଫି ପିଇଲେ ଦେଖାଦେଇପାରେ ଏହି ସମସ୍ୟା

ଯେଉଁମାନେ ଦୈନନ୍ଦିନ ଦୁଇ କପ୍‌ କଫି ପିଅନ୍ତି, ସେମାନଙ୍କଠାରେ ଭବିଷ୍ୟତରେ ନିଦ୍ରାହୀନତା ସମସ୍ୟା ଦେଖାଦେଇପାରେ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଗବେଷଣା ଅନୁସାରେ, କଫି ପିଇବା ଦ୍ୱାରା ସମ୍ପୃକ୍ତ ବ୍ୟକ୍ତିଙ୍କ ମସ୍ତିଷ୍କର ଏଭଳି ଅଂଶ ସଙ୍କୁଚିତ ହୋଇଯାଏ, ଯାହା ନିଦ୍ରାକୁ ନିୟନ୍ତ୍ରିତ କରିଥାଏ। ବ୍ରିଟେନ୍‌ବାସୀଙ୍କ ଉପରେ ଏହି ଗବେଷଣା କରାଯାଇଥିଲା। ଏଠାରେ କଫିପ୍ରେମୀଙ୍କ ସଂଖ୍ୟା ପ୍ରବଳ ଥିବାବେଳେ ପ୍ରତିଦିନ ୯.୫ ହଜାର କପ୍‌ କଫି ପିଆଯାଇଥାଏ। ଗବେଷଣା ଦକ୍ଷିଣ କୋରିଆର ସୋଲ୍‌ ୟୁନିଭର୍ସିଟିର ଗବେଷକମାନେ କରିଥିଲେ। ଏଥିପାଇଁ ଗବେଷକମାନେ କିଛି ବୟସ୍କ, ଯେଉଁମାନଙ୍କର ନିଦ୍ରାହୀନତା ସମସ୍ୟା ଦେଖା ଦେଇଥିଲା ସେମାନଙ୍କ ମସ୍ତିଷ୍କର ସ୍କାନ୍‌ ଫଟୋ ନେଇ ପରୀକ୍ଷ। କରିଥିଲେ। ନିଷ୍କର୍ଷରୁ ଜଣାପଡ଼ିଥିଲା, ସେମାନଙ୍କ ମଧ୍ୟରେ କଫି ପାନର ପ୍ରଚୁର ଅଭ୍ୟାସ ଥିଲା। ଯଦ୍ଦ୍ବାରା କଫିରେ ଥିବା କେଫିନ୍‌ ମସ୍ତିଷ୍କ ଉପରେ ଧୀରେ ଧୀରେ ପ୍ରଭାବ ପକାଇ ଦୀର୍ଘ ବର୍ଷ ପରେ ନିଦ୍ରା ଉଡ଼ାଇଥିଲା।