Categories: ଫୁରସତ

କଫି ବର୍ଜ୍ୟରୁ ତିଆରି ହେଲା ସନ୍‌ଗ୍ଲାସ୍‌

କିଓ୍ବି,୨୯।୧: ପ୍ଲାଷ୍ଟିକ୍‌ର ବ୍ୟବହାର ରୋକିବା ପାଇଁ ୟୁକ୍ରେନ୍‌ର କଫି କମ୍ପାନୀ ପକ୍ଷରୁ ଏକ ନିଆରା ସନ୍‌ଗ୍ଲାସ୍‌ ତିଆରି କରାଯାଇଛି। ଏହା କଫି ବର୍ଜ୍ୟରୁ ପ୍ରସ୍ତୁତ ହୋଇଛି। ଏହାକୁ ପିନ୍ଧିଲେ କଫିର ବାସ୍ନା ଆସିବ ବୋଲି କମ୍ପାନୀ କହିଛି। ଏହାକୁ କଫି ସନ୍‌ଗ୍ଲାସ୍‌ ଭାବେ ନାମିତ କରାଯାଇଛି। ଏଠାକାର ଔଚିସ୍‌ କଫି ବ୍ରାଣ୍ଡ୍‌ ପକ୍ଷରୁ ପ୍ଲାଷ୍ଟିକ୍‌ ବ୍ୟବହାର ବନ୍ଦ ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛି। କମ୍ପାନୀ ପକ୍ଷରୁ ପ୍ରସ୍ତୁତ ହୋଇଥିବା ସନ୍‌ଗ୍ଲାସ୍‌କୁ ଔଚିସ୍‌ ଆଇ ଓ୍ବେର ବ୍ରାଣ୍ଡ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଏବେ ଅନ୍‌ ଲାଇନ୍‌ରେ ୭୮ ଡଲାରରେ ଉପଲବ୍ଧ ହେଉଛି। ୩୦୦ ସନ୍‌ଗ୍ଲାସ୍‌ ଡିଜାଇନିଂ ନମୂନାକୁ ମନା କରାଯିବା ପରେ ଶେଷରେ ଏହାକୁ ଗ୍ରହଣ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହାର ଫ୍ରେମ୍‌ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଇତିମଧ୍ୟରେ କମ୍ପାନୀ ୫୦୦ ସନ୍‌ଗ୍ଲାସ୍‌ ବିକ୍ରି କରି ସାରିଛି।

Share