କବାଟ ଭାଙ୍ଗି ଟଙ୍କା, ସୁନା ଚୋରିକଲେ ଦୁର୍ବୃତ୍ତ

ବେଦବ୍ୟାସ,୧୦।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଉରକେଲା ଅନ୍ତର୍ଗତ ବ୍ରାହ୍ମଣୀତରଙ୍ଗ ଥାନାର ଫାର୍ସାଟୋଲା ଗ୍ରାମର ଅନିଲ କୁମାର ଲୁଗୁନଙ୍କ ଘରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତ ଘର କବାଟ ଭାଙ୍ଗି ଆଲ୍‌ମିରାରେ ଥିବା ଟଙ୍କା ଓ ସୁନା ଗହଣା ଚୋରି କରି ନେଇଛନ୍ତି। ଖବରପାଇ ଥାନା ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ସମେତ ସଦଳବଳ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।