କବାଡ଼ିି ଦେଇଛି ୧୭୦ଙ୍କୁ ସରକାରୀ ଚାକିରି

ବାଗପତ୍‌: କେବଳ ପାଠ ନୁହେଁ ଖେଳ ବି ଜୀବିକା ପାଇଁ ବାଟ କଢ଼ାଇ ନିଏ, ଏଭଳି ବାର୍ତ୍ତା ଦେଇଛି ଉତ୍ତରପ୍ରଦେଶର ଦୁଇଟି ଗାଁ। ଯେତେବେଳେ କବାଡ଼ି ଖେଳ କଥା ପଡେ ସେତେବେଳେ ଫଖରପୁର ଓ ବସି ଗାଁର ନାଁ ଆଗକୁ ଆସିଯାଏ। ବାଗପତ ଜିଲାର ଏହି ଦୁଇ ଗାଁର ପିଲାମାନେ ପିଢିି ପରେ ପିଢି କବାଡ଼ି ଖେଳି ଆସୁଛନ୍ତି। ସକାଳ ହେବା କ୍ଷଣି ଯୁବକ ଓ ଯୁବତୀମାନେ ଖେଳରେ ମାତିଯାଆନ୍ତି। ଦୁଇ ଗାଁରେ ଏବେ ୧୭୦ ଜଣ ଖେଳାଳି ସରକାରୀ ଚାକିରିରେ ନିଯୁକ୍ତ ହୋଇସାରିଲେଣି। ପ୍ରତିଦିନ ୭ଟି ପଡିଆରେ ପିଲାମାନେ ଖେଳ ଅଭ୍ୟାସ କରନ୍ତି। ଏହି ଗାଁରୁ ବହୁ କବାଡି ଖେଳାଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିସାରିଛନ୍ତି। ପାଖାପାଖି ୧୯୫୦ ମସିହାରେ ଫଖରପୁରର ଭୀମ ସିଂ କବାଡ଼ି ଖେଳ ଆରମ୍ଭ କରିବା ପରେ ଦୁଇ ଗାଁର ଯୁବତୀଯୁବକଙ୍କର ପ୍ରିୟଖେଳ ହୋଇଯାଇଛି। କବାଡ଼ି ଫେଡେରେଶନ ଅଫ୍‌ ଇଣ୍ଡିଆର କୋଚ୍‌ ସୁନିଲ ବଶିଷ୍ଠ ମଧ୍ୟ ଫଖରପୁର ନିବାସୀ। ଏହିି ଗାଁର ବିଜୟ ପ୍ରୋ କବାଡ଼ି ଲିଗ୍‌ର ବେଙ୍ଗାଲୁରୁ ବୁଲ୍ସ ଟିମ୍‌ରେ ଖେଳୁଛନ୍ତି।

Share