କବାଡି ଖେଳୁଛନ୍ତି ରିଚା

ରିଚା ଚଢ଼ା ଆଗାମୀ ଫିଲ୍ମ ‘ପଙ୍ଗା’ର ଶୁଟିଂ ପାଇଁ ପ୍ରସ୍ତୁତି ବି ଆରମ୍ଭ କରିଦେଇଛନ୍ତି। ଏହି ଫିଲ୍ମକୁ ଅଶ୍ୱିନୀ ଆୟର୍‌ ତିୱାରୀ ନିର୍ଦ୍ଦେଶନା ଦେଉଛନ୍ତି। ରୁଚା ଫିଲ୍ମରେ କଙ୍ଗନା ରାଣାୱତଙ୍କ ସହ ଦେଖାଦେବେ। ଫିଲ୍ମରେ ରିଚା କବାଡ଼ି ଖେଳୁଥିବାର ନଜର୍‌ ଆସିବେ ବୋଲି ଜଣାପଡ଼ିଛି। ଏଥିପାଇଁ ଏବେଠୁ କବାଡ଼ି ଖେଳ ପ୍ରଶିକ୍ଷଣ ନେବାକୁ ବିଭିନ୍ନ ଖେଳାଳି ଏବଂ ପ୍ରଶିକ୍ଷକଙ୍କ ସହ ସାକ୍ଷାତ ବଢ଼ାଇଛନ୍ତି। ମୁମ୍ବାଇର ବିଭିନ୍ନ ଦକ୍ଷ କବାଡ଼ି ପ୍ରଶିକ୍ଷକ ଏବେ ରିଚାଙ୍କୁ ଖେଳ ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ କରୁଛନ୍ତି। ଗୋଟେ ପଟେ ପ୍ରଶିକ୍ଷକଙ୍କଠାରୁ ପ୍ରଶିକ୍ଷଣ ନେଉଥିବା ବେଳେ ଅନ୍ୟପଟେ ଯେଉଁସ୍ଥାନକୁ ବୁଲିବାକୁ ଯାଉଛନ୍ତି ସେଠାକର କବାଡ଼ି ଖେଳାଳିଙ୍କଠୁ ଟ୍ରିକ୍‌ ଶିଖିବାକୁ ପଛାଉ ନାହାନ୍ତି। କାରଣ ତାଙ୍କ ମତ, ବିଭିନ୍ନ ସ୍ଥାନରେ ଖେଳକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ତରିକା ରହିଛି, ଯାହାକୁ ସେ ଶିଖିବାରେ ଆଦୌ ହାତଛଡ଼ା କରିବାକୁ ଚାହଁୁନାହାନ୍ତି। ତାଙ୍କ ପରିଶ୍ରମକୁ ଦେଖିଲେ ଲାଗୁଛି ଯେମିତି ରିଚା ଏହି ଫିଲ୍ମ ପାଇଁ କୌଣସି ପ୍ରକାରର ଅଭାବ ରଖିବାକୁ ଚାହଁୁନାହାନ୍ତି। ତାଙ୍କ ଲକ୍ଷ୍ୟ କବାଡ଼ିର ପ୍ରତିଟି ପଞ୍ଝାକୁ ସେ ପରିଷ୍କାର ଭାବେ ଦର୍ଶକଙ୍କ ସମ୍ମୁଖକୁ ଆଣିପାରିବେ। ଫିଲ୍ମ ଶୁଟିଂ ପୂର୍ବରୁ ରିଚାଙ୍କ ପରିଶ୍ରମ କହିଦେଉଛି, ଏଥିପାଇଁ ସେ କେତେ ଉତ୍ସାହିତ। ଏବେ ଫିଲ୍ମର ଶୁଟିଂ ଏବଂ ରିଲିଜ୍‌କୁ ଅପେକ୍ଷା।

Share