କବିତା ପାଠ କଲେ କୁନି କୁନି କବି

ବାଲେଶ୍ୱର ଅଫିସ, ୧୦।୨-ବାଲେଶ୍ୱର ସହର ପାଣିଟାଙ୍କିସ୍ଥିତ ଆତିଥ୍ୟ ଭବନରେ କବି ପ୍ରଶାନ୍ତ ଦାସଙ୍କ ଶିଶୁ କବିତା ପୁସ୍ତକ ‘ବାବୁଲା ଭାରି ଚଗଲା’ ରବିବାର ସନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି। ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସାମଗ୍ରିକ ଭାବେ ଉକ୍ତ ପୁସ୍ତକକୁ ଉନ୍ମୋଚିତ କରି କବିତାପାଠ କରିଥିଲେ।
ପ୍ରଜାପତି ଓ ପାହାନ୍ତିତାରା ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଉତ୍ସବରେ ବିଶ୍ୱଜିତା ମହାପାତ୍ର, ଶ୍ୱେତାଲିସା ଶୁଭଦର୍ଶନୀ, ଭୈଷ୍ଣି ସ୍ବାଇଁ, ଅଙ୍କିତ ମିଶ୍ର, ହର୍ଶିତା ରାୟ ଦଳାଇ, ଦିଶିତା ପାତ୍ର, ଅକଥ ସିହ୍ନା, ଆର଼୍ୟା ପାଣିଗ୍ରାହୀ, ଅର୍ଚ୍ଚନା ପାଣିଗ୍ରାହୀ, ଶୈବିଲ ପାଣି ଓ ସାଇକ୍ରିଷ୍ଣା କର ପୁସ୍ତକକୁ ଉନ୍ମୋଚନ କରି ପୁସ୍ତକର କବିତା ପାଠ କରିବା ସହ ମତ ରଖିଥିଲେ। ରାଜ୍ୟର ପ୍ରତିଷ୍ଠିତ ଶିଶୁ ସାହିତି୍ୟକ ଓ ବାଲେଶ୍ୱର ଶିଶୁ ସାହିତ୍ୟ ଏକାଡ଼େମୀର ସମ୍ପାଦକ ବିନୟ ଦାସ ପୁସ୍ତକ ପୂଜନ କରିଥିଲେ। କବି ପ୍ରଶାନ୍ତ ଦାସ ଉତ୍ସବ ପରିଚାଳନା କରିଥିବାବେଳେ ସ୍ବତନ୍ତ୍ର ଅତିଥି ଭାବେ ପ୍ରକାଶକ କମଳ ଦାସ, ବରିଷ୍ଠ ଖବରଦାତା ଶଶିରଞ୍ଜନ ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ରାଜେଶ ଗିରି, ମୁରଲୀଧର ନାୟକ, ସନ୍ତୋଷ ଦାସ, ଡା. ଶାନ୍ତନୁ ଦାସ ପ୍ରମୁଖ ଯୋଗଦେଇ ଇଂରାଜୀ ମାଧ୍ୟମ ଛାତ୍ରୀଛାତ୍ରମାନେ ଆମ ଓଡ଼ିଆ କବିତା ପାଠ କରିବା ଆମ ଭାଷାର ବିକାଶ କ୍ଷେତ୍ରରେ ସହାୟକ ହେବ ବୋଲି ମତ ରଖିଥିଲେ। ବିଶେଷ ଅତିଥି ଭାବେ କବି ଉପତ୍ଳ ମହାନ୍ତି ଯୋଗଦେଇ କବି ପ୍ରଶାନ୍ତ ଦାସଙ୍କ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସାହିତ୍ୟ ସୃଷ୍ଟିର ଇତିହାସ ବଖାଣିଥିଲେ। ଶେଷରେ ଅଂଶଗ୍ରହଣ କରିଥିବା ଛାତ୍ରୀଛାତ୍ରଙ୍କୁ ‘ପ୍ରଜାପତି’ ଅନୁଷ୍ଠାନ ତରଫରୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ଉତ୍ସବ ପରିଚାଳନାରେ ପ୍ରଜାପତି ଅନୁଷ୍ଠାନର ରଶ୍ମିତା ଆଚାର୍ଯ୍ୟ, ଅମରଜିତ ଦାସ, ପ୍ରତିମା ତ୍ରିପାଠୀ, ସରସ୍ବତୀ ଭୋଇ, ବିପ୍ଳବ ଦାସ ଅଧିକାରୀ, ଅଙ୍କିତା ମିଶ୍ର ଓ ପାର୍ଥସାରଥୀ ସାହୁ ପ୍ରମୁକ ସହଯୋଗ କରିଥିଲେ।