କବିତା ପ୍ରାର୍ଥନାର ଯାତ୍ରାଟିଏ

ବଲାଙ୍ଗୀର ଅଫିସ, ୧୧ା୧
କବିତା ପ୍ରାର୍ଥନାଟିଏ ସମଗ୍ର ବିଶ୍ୱ ପାଇଁ ା କବିତା ମାନବିକତାର ସ୍ବର। ବିଷାଦ ଭିତରେ କବିତା ଏକ ନିରବ ବିଶ୍ୱାସ ା କବିତା ଏକ ପ୍ରେମଗୀତି ା କବି ଗାଏ ମଣିଷ ପାଇଁ, ବିଶ୍ୱ ପାଇଁ ା କବିତା ଭିତରେ ମଣିଷ ଖୋଜେ କେତେ କ’ଣ। କବିତା ଭିତରେ ପୁଣି ହଜେଇ ଦିଏ ନିଜକୁ। କବିତା ପ୍ରାର୍ଥନାର ଯାତ୍ରାଟିଏ ଯାହା କେବେ ସରିବ ନାହିଁ ା କବି କେବଳ ପ୍ରେମ କରିଜାଣେ। ତା ଭିତରେ କେବଳ ପ୍ରେମମୟ ପ୍ରାର୍ଥନାର ସ୍ବରଟିଏ ଶୁଭୁଥାଏ ବୋଲି ଅତିଥି କବି ଓ କବିୟିତ୍ରୀମାନେ ଶୁକ୍ରବାର ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆ ପୁରୁଣା ମଞ୍ଚରେ ଆୟୋଜିତ ବଲାଙ୍ଗୀର ବହିହାଟ ଦ୍ୱିତୀୟ ସନ୍ଧ୍ୟାରେ କହିଛନ୍ତି ା କବି ଡ ପ୍ରହଲ୍ଲାଦ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ କବିତାର କଳ୍ପଲୋକ ବିଷୟରେ ଅତିଥି କବି ଓ କବିୟିତ୍ରୀମାନେ ଆଲୋଚନା କରିଥିଲେ ା ମଣିଷର ସାମ୍ପ୍ରତିକ ସ୍ଥିତି ଭିତରେ କବିତାର ସ୍ଥାନ ନିରୂପଣ କରିଥିଲେ ା ସମସ୍ତ କବି ଓ କବୟିତ୍ରୀ ଏକା ସ୍ବରରେ କହିଥିଲେ ଯେ କବିତା ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ଏକ ପ୍ରାର୍ଥନାର ଯାତ୍ରା ଯାହା କେବେ ଶେଷ ହେବନାହିଁ ା ଏହି ସଭାରେ ପ୍ରଥମେ ଜିଲା ଲେଖକ ପରିଷଦ ସଭାପତି ମଳୟ ମିଶ୍ର ସ୍ବାଗତ ବକ୍ତବ୍ୟ ଦେଇଥିଲେ ା ସମ୍ପାଦକ କପିଳେଶ୍ୱର ଖମାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ ା ଆଲୋଚକଭାବେ କବି ବିଜୟ କୁମାର ତ୍ରିପାଠୀ, ଡା ଶୁଭେନ୍ଦୁସୁଧା ଷଡଙ୍ଗୀ, କବିୟିତ୍ରୀ ମୁକୁଲ ମିଶ୍ର, ବିନତୀ ଶତପଥି, ରଞ୍ଜିତା ପଣ୍ଡା, ଉମାକାନ୍ତ ମହାପାତ୍ର, ବିଚିତ୍ର ମହାପାତ୍ର ଓ ସଙ୍ଗୀତା ପଶ୍‌ଡା ଷଡଙ୍ଗୀ ଯୋଗଦାନ କରିଥିଲେ ା କବି, କବୟିତ୍ରୀମାନେ ନିଜସ୍ବ କବିତା ପାଠ କରିଥିଲେ ା ଏସବୁ କବିତା ସମୀକ୍ଷା କରିଥିଲେ ସମୀକ୍ଷକ ବିଜୟ ପ୍ରଧାନ ା ସଭାଟି ସାହିତ୍ୟ ଓ କବିତାମୟ ହୋଇଉଠିଥିଲା ା