କବିତା ମଣିଷର ସମ୍ବେଦନଶୀଳତା ବଢ଼ାଏ

ବଲାଙ୍ଗୀର ଅଫିସ, ୧୯ା୧୧
ବଲାଙ୍ଗୀରର ତହଁକ୍‌ ସାହିତ୍ୟ କୁଟୁମ୍‌ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଭବନଠାରେ ଶୀତ୍‌ କେ ସ୍ବାଗତ୍‌ କବିତା ଆସର ଅନୁଷ୍ଠିତ ହୋଇଥିଲା ା ଅଭିନେତା ଓ ନାଟ୍ୟକାର ଅରବିନ୍ଦ ବାଗଙ୍କ ସଭାପତିତ୍ୱ ତଥା କବି ଆନନ୍ଦଚନ୍ଦ୍ର ସାହୁଙ୍କ ସଂଯୋଜନାକ୍ରମେ ଅନୁଷ୍ଠିତ ପ୍ରଥମ ଅଧିବେଶନ୍‌ରେ ସାରସ୍ବତ ସଭା ଆୟୋଜନ କରାଯାଇଥିଲା ା ଏଥିରେ ମୁଖ୍ୟଅତିଥିଭାବେ ଅଧ୍ୟାପକ ବିନୟ କୁମାର ଦାଶ, ମୁଖ୍ୟବକ୍ତା ବୀରେନ୍ଦ୍ର କୁମାର ଝାଙ୍କର ଓ ସମ୍ମାନିତ ଅତିଥିଭାବେ କବି ସନ୍ଦୀପ କୁମାର କୁଅଁର ଯୋଗଦାନ କରାଯାଇଥିଲା ା ସାହିତ୍ୟ ଆସର ମଞ୍ଚକୁ ସାରସ୍ବତ ସାଧକ ସ୍ବର୍ଗତ ପ୍ରଫେସର ନାରାୟଣ ପୃଷେଠ୍‌ଙ୍କୁ ସମର୍ପିତ କରାଯାଇଥିଲା ା ମୁଖ୍ୟବକ୍ତା ଝାଙ୍କର ସ୍ବର୍ଗତ ପୃଷେଠ୍‌ଙ୍କ ସାରସ୍ବତ, ଶିକ୍ଷା, ସାମାଜିକ ଓ ସାଂସ୍କୃତିକ ଜୀବନର ଉପଲବ୍ଧତ୍କୁ ନେଇ ବକ୍ତବ୍ୟ ରଖିଥିଲେ ା ମୁଖ୍ୟଅତିଥି ଦାଶ ସାହିତ୍ୟ କ୍ଷେତ୍ରରେ ଅବକ୍ଷୟକୁ ନେଇ ଚିନ୍ତା ପ୍ରକଟ କରିଥିଲେ ା ସମ୍ମାନିତ ଅତିଥି କବି କୁଅଁର କବିତା ମଣିଷ ଜୀବନକୁ ମଧୁମୟ କରି ସମ୍ବେଦନଶୀଳତା ବଢ଼ାଏ କହିଥିଲେ ା ଶିଶୁ ସାହିତି୍ୟକ ଗୋପୀନାଥ ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ଆସରରେ ୩୫ରୁ ଉର୍ଦ୍ଧ୍ୱ କବିୟିତ୍ରୀ, କବି ଯୋଗଦେଇ ଶୀତକୁ ସ୍ବାଗତ କରି ମନଛୁୁଅଁା କବିତା ପାଠ କରିଥିଲେ ା ଏହି ଆସରକୁ ଜ୍ୟୋତିପ୍ରକାଶ ସାହୁ ଓ ସସ୍ମିତା ସାହୁ ସଂଯୋଜନା କରିଥିଲେ ା ଏଥିରେ ଅତିଥିଭାବେ କବୟିତ୍ରୀ ସବିତା ମହରା, ଗୀତିକାର ବ୍ରହ୍ମାନନ୍ଦ ବନଛୋର ଓ ସାହିତି୍ୟକ ଦେବେନ୍ଦ୍ର କୁମାର ନାଏକ ଯୋଗଦାନ କରିଥିଲେ ା

Share