ମୁମ୍ବାଇ: ସାହିଦ କପୁର ଓ କିୟାରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘କବିର ସିଂହ’ ବକ୍ସ ଅଫିସରେ ଖୁବ୍ ହିଟ୍ ହୋଇଛି। ସାହିଦଙ୍କ ଫିଲ୍ମର ଏହି ସକ୍ସେସକୁ ନେଇ ଏବେ ତାଙ୍କ ଘରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ସାହିଦଙ୍କ ସ୍ତ୍ରୀ ମିରା ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରିବା ପରେ ଏହା ଜଣାପଡିଛି। ଫଟୋରେ ସାହିଦ, ମିରା ଓ ତାଙ୍କ ସାନ ଭାଇ ଇସାନ ଖଟ୍ଟର ଖୁବ୍ ଏନଜୟ କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋରେ ସାହିଦ୍ ଖୁମ୍ ରୋମାଣ୍ଟିକ୍ ମୁଡରେ ଅଛନ୍ତି। ‘କବିର ସିଂହ’ ମାତ୍ର ୬ ଦିନରେ ଶହେ କୋଟି କ୍ଲବରେ ସାମିଲ ହୋଇଥିବାରୁ ଏହାର ନିର୍ମାତା ନିର୍ଦ୍ଦେଶକ ମଧ୍ୟ ଖୁବ୍ ଖୁସି ଅଛନ୍ତି। ଏହି ଫିଲ୍ମଟି ସାଉଥ୍ ସୁପରଷ୍ଟାର ବିଜୟ ଦେବରକୌଡାଙ୍କ ହିଟ୍ ଫିଲ୍ମ ‘ଅର୍ଜୁନ ରେଡ୍ଡି’ର ରିମେକ୍। ତେଲଗୁରେ ଏହାକୁ ସନ୍ଦିପ ଓ୍ବାଗା ରେଡ୍ଡି ନିର୍ଦ୍ଦେଶନା ଦେଇଥିଲେ ଓ ଏହାର ହିନ୍ଦୀ ରିମେକ ମଧ୍ୟ ତାଙ୍କ ଦ୍ୱାରା ନିର୍ଦ୍ଦେଶିତ।