Categories: ମେଟ୍ରୋ

କମରପଦା-କିଶୋରନଗର ଆର୍‌ଡି ରାସ୍ତା ଦବିଲା

କଟକସଦର,୨୨।୭(ଡି.ଏନ୍‌.ଏ.): କଟକ ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅନ୍ତର୍ଗତ କମରପଦା-କିଶୋରନଗର ଆର୍‌ଡି ରାସ୍ତାର କିଛି ଅଂଶ ସୋମବାର ସକାଳେ ଦବିଯାଇଛି। ବାଙ୍କାବଜାର ନିକଟରେ ୧୫ ଫୁଟ ଲମ୍ବ ପିଚୁ ରାସ୍ତା ଦବିଯିବାରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏହି ରାସ୍ତା ଦେଇ ଯାଉଥିବା ଜଣେ ବାଇକଆରୋହୀ ଖାଲରେ ପଡ଼ିଯାଇ ଆହତ ହୋଇଛନ୍ତି। ରାସ୍ତାର ଉତ୍ତର ପଟେ ଶୁକ ପାଇକା ନାଳ ଓ ଦକ୍ଷିଣ ପଟେ ଶୁକ ପାଇକା ନଦୀ ରହିଛି। ତେବେ ରାସ୍ତା ଦବିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ୧୯୯୮ ମସିହାରେ ଏହି ରାସ୍ତାଟି ନିର୍ଦ୍ଦିଷ୍ଟ ସ୍ଥାନରେ ଦବିଥିଲା। ଫଳରେ ମାସେ ଧରି ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା।

Share