Categories: ଜାତୀୟ

କମଲନାଥଙ୍କୁ ଡ୍ରୋନ ପ୍ଲେନ ମାଗିଲେ କମ୍ପ୍ୟୁଟର ବାବା

ଭୋପାଳ,୨୬।୬: ଚଳିତ ବର୍ଷ ଭୋପାଳରେ କମଲନାଥ ସରକାରଙ୍କ ଦ୍ୱାରା ରିଭର ଟ୍ରଷ୍ଟର ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଥିବା କମ୍ପ୍ୟୁଟର ବାବା ରାଜ୍ୟ ସଚିବାଳୟରେ ଏକ କାର୍ଯ୍ୟାଳୟ ପାଇଁ ଦାବି କରିଛନ୍ତି। ଏଥିସହ ସେ ଏକ ଡ୍ରୋନ ପ୍ଲେନ ପାଇଁ ମଧ୍ୟ ସରକାରଙ୍କୁ ଡିମାଣ୍ଡ କରିଛନ୍ତି। ଏଥିଯୋଗୁ ସେ ନର୍ମଦା ନଦୀ କୂଳରେ ହେଉଥିବା ଅବୈଧ ଖଣି ଖନନ ଉପରେ ନଜର ରଖିପାରିବେ। ତେବେ କମଲନାଥ ମଧ୍ୟ ତାଙ୍କର ଏହି ଦାବିକୁ ଗମ୍ଭୀରତାର ନେବା ସହ ଖୁବ୍‌ ଶୀଘ୍ର ଏନେଇ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

Share