କମଲନାଥଙ୍କୁ ମାୟାବତୀଙ୍କ ସମର୍ଥନ ପ୍ରତ୍ୟାହାର ଧମକ

ଭୋପାଳ,୧ା୫: ମଧ୍ୟପ୍ରଦେଶର କମଲନାଥ ସରକାରଙ୍କୁ ବିଏସ୍‌ପି ସୁପ୍ରିମୋ ମାୟାବତୀ ସମର୍ଥନ ପ୍ରତ୍ୟାହାର ଧମକ ଦେଇଛନ୍ତି। ଗୁନା ଆସନରୁ ଏସ୍‌ପି-ବିଏସ୍‌ପି ପ୍ରାର୍ଥୀ ହୋଇଥିବା ଲୋକେନ୍ଦ୍ର ସିଂ ରାଜପୁତ କଂଗ୍ରେସରେ ଯୋଗଦେଇ କଂଗ୍ରେସ ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ଏହାକୁ ନେଇ ସୁପ୍ରିମୋ ମାୟାବତୀ କହିଛନ୍ତି, ବିଏସ୍‌ପି ପ୍ରାର୍ଥୀଙ୍କୁ ଧମକ ଦେଇ ପ୍ରତିଦ୍ୱନ୍ଦ୍ୱିତାରୁ ହଟାଇଦିଆଯାଇଛି। ମଧ୍ୟପ୍ରଦେଶର କଂଗ୍ରେସ ନେତୃତ୍ୱାଧୀନ ସରକାରକୁ ସମର୍ଥନ ନେଇ ପୁନଃ ସମୀକ୍ଷା କରାଯିବ। ପ୍ରକାଶଥାଉ କି, ୨୩୦ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ କଂଗ୍ରେସର ୧୧୪ ବିଧାୟକ ଥିଲାବେଳେ ଭାଜପାର ୧୦୯, ବିଏସ୍‌ପିର ୨ ଓ ଏସ୍‌ପିର ୧ ଓ ସ୍ବାଧୀନ ୪ ବିଧାୟକ ଅଛନ୍ତି।

Share