Advertisement

କମଲନାଥଙ୍କ ଗୋଡ଼ ଟାଣିବାକୁ ଉଦ୍ୟମ

ଭୋପାଳ,୨୨ା୫(ପି.ଟି.): ସାଧାରଣ ନିର୍ବାଚନ ଶେଷହେବା ପରେ ମଧ୍ୟପ୍ରଦେଶର କଂଗ୍ରେସ ନେତୃତ୍ୱାଧୀନ କମଲନାଥ ସରକାର ଉପରେ ଅସ୍ଥିରତାର କଳାବାଦଲ ଘନେଇବାରେ ଲାଗିଛି। କଂଗ୍ରେସ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ଗୋଡ଼ ଟାଣିବାକୁ ଭାଜପା ଉଦ୍ୟମ କରୁଛି। ଏଥିଲାଗି ଗୈରିକ ଦଳ କଂଗ୍ରେସ ବିଧାୟକମାନଙ୍କୁ ଅର୍ଥ ଲୋଭ ଦେଖାଇ ନିଜ ସପକ୍ଷକୁ ଟାଣିବା ପାଇଁ ଯୋଜନା ଚଳାଇଛି ବୋଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ କମଲନାଥ ଅଭିଯୋଗ ଆଣିଛନ୍ତି। ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ ଦିନକ ପୂର୍ବରୁ ସରକାରଙ୍କ ସଂଖ୍ୟାଗରିଷ୍ଠତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହାସହ ସେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବା ପାଇଁ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲଙ୍କୁ ଚିଠିଲେଖି ଅନୁରୋଧ କରିଥିଲେ। କଂଗ୍ରେସ ବିଧାୟକମାନଙ୍କୁ ୫୦ କୋଟି ଟଙ୍କା ଦେବା ପାଇଁ ପ୍ରଲୋଭନ ଦେଖାଇ ଭାଜପା ସେମାନଙ୍କୁ ନିଜ ସପକ୍ଷକୁ ଟାଣିବାକୁ ଉଦ୍ୟମ ଚଳାଇଥିବା କ୍ୟାବିନେଟ ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମାର ଅଭିଯୋଗ ଆଣିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share