Categories: ଜାତୀୟ

କମଲନାଥଙ୍କ ସରକାର ଭାଙ୍ଗିବା ପାଇଁ ପୁରସ୍କାର: ଭାଜପାରେ ସମ୍ମାନ, ମିଳିବ ମନ୍ତ୍ରୀପଦ !

ନୂଆଦିଲ୍ଲୀ, ୧୦।୩: ମଧ୍ୟପ୍ରଦେଶ ରାଜନୈତିକ ସମୀକରଣରେ ନୂଆ ମୋଡ଼ ଆସିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିଛନ୍ତି। ସେ ଏବେ ଭାଜପାରେ ଯୋଗଦେବେ ବୋଲି କୁହାଯାଉଛି। ତାଙ୍କୁ ସମର୍ଥନ କରୁଥିବା ୨୦ କଂଗ୍ରେସ ବିଧାୟକଙ୍କ ଇସ୍ତଫା ମଞ୍ଜୁର ହେଲେ ରାଜ୍ୟ ବିଧାନସଭାରେ ବିଧାୟକଙ୍କ ସଂଖ୍ୟା ୨୦୮ରେ ପହଞ୍ଚିବ। ସେହିପରି କଂଗ୍ରେସ ଦଳ ୧୦୧ ସଦସ୍ୟଙ୍କ ମଧ୍ୟରେ ସୀମିତ ରହିବାର ସମ୍ଭାବନା ଦେଖାଦେଇଛି। ଏଭଳିସ୍ଥଳେ ଭାଜପା ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବ। ସମ୍ପ୍ରତି ଭାଜପା ପାଖରେ ୧୦୭ ବିଧାୟକ ରହିଛନ୍ତି। ସରକାର ଗଠନ ପାଇଁ ଆବଶ୍ୟକ ୧୦୫ ମ୍ୟାଜିକ୍‌ ନମ୍ବର ଭାଜପା ସହଜରେ ହାସଲ କରିପାରିବ।

Share