Categories: ଜାତୀୟ

କମଲନାଥ ସରକାରଙ୍କୁ ବଞ୍ଚାଇଦେଲା କରୋନା

ଭୋପାଳ,୧୬।୩: ମଧ୍ୟପ୍ରଦେଶ ବିଧାନସଭାରେ ସୋମବାର କମଲନାଥ ସରକାର ବହୁମତ ସାବ୍ୟସ୍ତ କରିବାର ଥିଲା। ହେଲେ ଯାହା ଅନୁମାନ କରାଯାଉଥିଲା ତାହାହିଁ ହେଲା। ଏବେ ସାରା ଦେଶରେ କରୋନାର ସ୍ଥିତି ସାଂଘାତିକ ଥିବା ବେଳେ ମଧ୍ୟପ୍ରଦେଶ ସରକାରଙ୍କୁ କରୋନା ବଞ୍ଚାଇ ଦେବ ବୋଲି ଆଲୋଚନା ହେଉଥିଲା। ଆଉ ସୋମବାର ଆରମ୍ଭ ହୋଇଥିବା ବିଧାନସଭାରେ ଫ୍ଲୋର ଟେଷ୍ଟ ପୂର୍ବରୁ ବାଚସ୍ପତି ବିଧାନସଭାକୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ କରି ଦେଇଛନ୍ତି। ତେଣୁ କମଲନାଥ ସରକାର ଏବେ ଆଉ ବହୁମତ ସାବ୍ୟସ୍ତ କରିବାର ପ୍ରଶ୍ନ ଉଠୁନାହିଁ। ସୂଚନାଯୋଗ୍ୟ, କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡି ଭାଜପାରେ ଯୋଗ ଦେବା ପରେ କଂଗ୍ରେସର ଆଉ ୨୨ ବିଧାୟକ ଦଳ ଛାଡିବାକୁ ନେଇ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏହାପରେ ବିରୋଧୀ କଂଗ୍ରେସର କମଲନାଥ ସରକାରଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ଦାବି କରିଥିଲା।

Share