Categories: ଜାତୀୟ

କମଲେଶଙ୍କୁ ୧୫ ଥର ଛୁରି ଭୁସିଥିଲେ ହତ୍ୟାକାରୀ

ଲକ୍ଷ୍ନୌ,୨୪ା୧୦(ପି.ଟି.): ହିନ୍ଦୁବାଦୀ ନେତା କମଳେଶ ତିଓ୍ବାରୀଙ୍କୁ ହତ୍ୟାକାରୀ ୧୫ ଥର ଛୁରି ଭୁସିବା ସହ ମୁହଁକୁ ଗୁଳି କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣାପଡିଛି। ତିଓ୍ବାରୀଙ୍କ ଗାଲ ତଳେ ଗୁଳି ଅଟକି ରହିଥିବାବେଳେ ୧୫ ସ୍ଥାନରେ ଛୁରିଭୁସା ଓ କଟା ଚିହ୍ନ ରହିଛି। ହତ୍ୟାକାରୀ ତାଙ୍କୁ କିଭଳି ବର୍ବରତା ସହ ଆକ୍ରମଣ କରିଥିଲେ ତାହା ଏଥିରୁ ସ୍ପଷ୍ଟ ହୋଇଛି। ହତ୍ୟାକାରୀ ପ୍ରଥମେ ଗୁଳି କରିବା ପରେ ଛୁରି ଓ ଅନ୍ୟ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ ମଙ୍ଗଳବାର ଦୁଇ ସନ୍ଦିଗ୍ଧ ହତ୍ୟାକାରୀଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଗୁଜରାଟ-ହରିୟାଣା ସୀମାନ୍ତ ଶାମଲାଜୀରୁ ଗିରଫ କରାଯାଇଥିବା ପୋଲିସ କହିଛି। ସେମାନଙ୍କ ନାଁ ଆଶ୍‌ଫକ୍‌ହୁସେନ ଜାକିରହୁସେନ ଶେଖ୍‌ (୩୪) ଓ ମୋଇନୁଦ୍ଦିନ ଖୁର୍ଶିଦ ପଠାନ (୨୭) ଓ ଘର ସୁରଟ ବୋଲି ଜଣାପଡିଛି।
କମଲେଶଙ୍କ ସ୍ତ୍ରୀଙ୍କୁ ୧୫ ଲକ୍ଷ ଟଙ୍କାର ଆର୍ଥତ୍କ ସହାୟତା ତୁରନ୍ତ ଯୋଗାଇଦେବା ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ମଞ୍ଜୁର କରିଛନ୍ତି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ତାଙ୍କ ପରିବାର ନିମନ୍ତେ ସୀତାପୁର ଜିଲାର ମେହମୁଦାବାଦ ତହସିଲରେ ଏକ ଘର ମଞ୍ଜୁର କରିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇନ୍ତି। କମଲେଶଙ୍କୁ ଗତ ଶୁକ୍ରବାର ତାଙ୍କ ବାସଭବନରେ ହତ୍ୟା କରାଯାଇଥିଲା।

Share