Categories: ଜାତୀୟ

କମଲେଶ ହତ୍ୟାକାଣ୍ଡ: ଅପରାଧୀଙ୍କୁ ଧରାଇଦେଲେ ୨.୫ ଲକ୍ଷ ପୁରସ୍କାର

ଲକ୍ଷ୍ନୌ,୨୨ା୧୦(ପି.ଟି.): ହିନ୍ଦୁବାଦୀ ନେତା କମଲେଶ ତିଓ୍ବାରୀଙ୍କ ହତ୍ୟାକାଣ୍ଡ ସହ ସମ୍ପୃକ୍ତ ଦୁଇ ସନ୍ଦିଗ୍ଧଙ୍କୁ ଧରାଇଦେଲେ ୨.୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ଦିଆଯିବ ବୋଲି ଉତ୍ତରପ୍ରଦେଶ ପୋଲିସ ସୋମବାର ଘୋଷଣା କରିଛି। ସେମାନେ ୧୭ରେ ଲକ୍ଷ୍ନୌ ଆସି ନିଜକୁ ଶେଖ୍‌ ଅଶଫାକୁଲ ହୁସେନ୍‌ ଓ ମୁଇନୁଦ୍ଦିନ ପଠାନ୍‌ ପରିଚୟ ଦେଇ ଏକ ହୋଟେଲରେ ରହିଥିଲେ। ହତ୍ୟାକାଣ୍ଡ ଦିନ ଉଭୟ ହୋଟେଲରୁ ମିଠା ପ୍ୟାକେଟ ଧରି ବାହାରିଯାଇଥିଲେ। ଶୁକ୍ରବାର ହିନ୍ଦୁ ସମାଜ ପାର୍ଟି ସଭାପତି କମଲେଶଙ୍କୁ ନାକା ହିନ୍ଦୋଲାସ୍ଥିତ ବାସଭବନରେ ହତ୍ୟା କରାଯାଇଥିଲା। ପୋଲିସ ହୋଟେଲ୍‌ ପ୍ରକୋଷ୍ଠରୁ ରକ୍ତଭିଜା ଶାର୍ଟ ଜବତ କରିଛି। ଅପରାଧୀଙ୍କୁ ଧରିବା ଲାଗି ଏସ୍‌ଆଇଟି ଗଠନ ହୋଇଥିବାବେଳେ ଗୁଜରାଟର ୩ ଜଣଙ୍କ ସମେତ ୫ ଜଣଙ୍କୁ ପୋଲିସ ଗିରଫ କରିଥିଲା। ୩ ଜଣଙ୍କୁ ପୋଲିସ ରିମାଣ୍ଡରେ ନେଇ ଜେରା କରୁଛି। ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କମଲେଶଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମସ୍ତ ସହାୟତା ଯୋଗାଇ ଦିଆଯିବା ସହ ଅପରାଧୀଙ୍କୁ ଦଣ୍ଡିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Share