କମଲ ହାସନଙ୍କୁ ଡକ୍ଟରେଟ୍‌ ଉପାଧି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ଅଭିନେତା କମଲ ହାସନଙ୍କୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି। ଚଳଚ୍ଚିତ୍ର କ୍ଷେତ୍ରରେ ଗତ ଛଅ ଦଶନ୍ଧି ଧରି ଉଲ୍ଲେଖନୀୟ ଅବଦାନକୁ ଲକ୍ଷ୍ୟରେ ରଖି ଏକ ଘରୋଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଉପାଧି ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳଚ୍ଚିତ୍ର କ୍ଷେତ୍ରରେ କମଲଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଏମଏନଏମ(ମକ୍କଲ ନିଧି ମୟମର) ଦଳର ମୁଖ୍ୟ କମଲ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଏହି ଭେଟଘାଟ ଅବସରରେ ଉଭୟଙ୍କ ମଧ୍ୟରେ ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ସାକ୍ଷାତ ପରେ କମଲ କହିଛନ୍ତି, ବରିଷ୍ଠ ନେତା ଭାବେ ମୁଖ୍ୟମନ୍ତ୍ରୀଙ୍କଠାରୁ ଉପଦେଶ ସହ ଅଭିଜ୍ଞତା ଓ ପରାମର୍ଶ ନେଇଛନ୍ତି। ତାଙ୍କ ସଫଳ ରାଜନୈତିକ କ୍ୟାରିୟର ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ସେ କହିଥିଲେ।

Share