ଶ୍ରୀନଗର,୧ା୭(ପି.ଟି.)- ପୂର୍ବତନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ଭାରତୀୟ କ୍ରିକେଟ ଦଳର ପରାଜୟ ଲାଗି କମଳା ରଙ୍ଗର ଜର୍ସିକୁ ଦୋଷାରୋପ କରିଛନ୍ତି। ମୋତେ ଅନ୍ଧବିଶ୍ୱାସୀ କୁହାଯାଇପାରେ। କିନ୍ତୁ ମୋ ମତରେ ନୂଆ ଜର୍ସି ଲାଗି ଚଳିତ ବିଶ୍ୱକପ୍ରେ ଭାରତୀୟ ଦଳର ଅପରାଜେୟ ଧାରା ଭଙ୍ଗ ହୋଇଛି ବୋଲି ମେହବୁବା ଟୁଇଟ୍ କରିଛନ୍ତି। ପରବର୍ତ୍ତୀ ଟୁଇଟ୍ରେ ପିଡିପି ମୁଖ୍ୟ ନିଜ ମନ୍ତବ୍ୟକୁ ସମର୍ଥନ କରିଛନ୍ତି। ଭାରତୀୟ ଦଳର ପ୍ରଦର୍ଶନ ସମ୍ପର୍କରେ ମୋ ହାସ୍ୟଭାବ ପୂର୍ଣ୍ଣ ଟୁଇଟ୍କୁ ବହୁ ପ୍ରତିକ୍ରିୟା ମିଳିଛି ବୋଲି ଲେଖିଛନ୍ତି। ଉଲ୍ଲେଖଥାଉ କି, ଆଇସିସି ନିୟମ ଅନୁସାରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଭାରତୀୟ ଦଳ ତା’ର ଆଓ୍ବେ ଜର୍ସି ପିନ୍ଧି ଖେଳିଥିଲା।