Categories: ଖେଳ

କମଳେଶଙ୍କୁ ସିଙ୍ଗଲ୍ସ ଟାଇଟଲ

ଭୁବନେଶ୍ୱର, ୨୪।୮(କ୍ରୀଡ଼ା ପ୍ରତିନିଧି)-
ହରିୟାଣାର କର୍ନଲଠାରେ ଅନୁଷ୍ଠିତ ଚମୁଣ୍ଡା-ଏଆଇଟିଏ ଚାମ୍ପିୟନଶିପ୍‌ ସିରିଜ(ସିଏସ୭)ରେ ଓଡ଼ିଶା ଟେନିସ ପ୍ରତିଭା କମଳେଶ ରଥ ୧୨ ବର୍ଷରୁ କମ୍‌ ବିଭାଗରେ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ କମଳେଶ ଚଣ୍ଡିଗଡ଼ର ଦିବ୍ୟାଂଶ ଶର୍ମାଙ୍କୁ ୭-୫, ୬-୦ ସେଟ୍‌ରେ ପରାସ୍ତ କରିଥିଲେ। ପୂର୍ବରୁ ୧୪ ବର୍ଷରୁ କମ୍‌ ବାଳକ ଡବଲ୍ସରେ କମଳେଶ ରନର୍ସଅପ୍‌ ହୋଇଥିଲେ। ପଞ୍ଜାବର ଗୁନ୍‌ଜିତଙ୍କୁ ସାଥିକରି ଡବଲ୍ସ ଖେଳିଥିବା କମଳେଶ ଫାଇନାଲରେ ଉତ୍ତର ପ୍ରଦେଶ ଯୋଡ଼ି ସମର୍ଥ ଶର୍ମା ଓ କାର୍ତ୍ତିକେୟ ତ୍ୟାଗିଙ୍କଠାରୁ ୩-୬, ୩-୬ ସେଟ୍‌ରେ ହାରି ଯାଇଥିଲେ। ସିଙ୍ଗଲ୍ସରେ ଟାଇଟଲ ହାସଲ କରି ସେ ୨୫ ଏଆଇଟିଏ ର଼୍ୟାଙ୍କିଙ୍ଗ ପଏଣ୍ଟ ହାସଲ କରିଛନ୍ତି।

Share