Categories: ଜାତୀୟ

କମାଣ୍ଡରଙ୍କୁ ସାଲ୍ୟୁଟ୍‌ କଲା ସେନା କୁକୁର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଶ୍ରୀନଗର,୧୪।୧୨: ଏବେ ସୋସିଆଲ୍‌ ମିଡ଼ିଆରେ ଭାରତୀୟ ସେନାରେ ନିୟୋଜିତ ଥିବା କୁକୁର ମିନାକାର ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋଟି ଜୁଲାଇ ୧ ଅମରନାଥ ଯାତ୍ରା ସମୟରେ ଉଠାଯାଇଥିବା କୁହାଯାଉଛି। ସେନା କୁକୁର ମିନାକା ନିଜ କାମରେ ବ୍ୟସ୍ତ ଥିବାବେଳେ ୧୫ କପର୍ସ କମାଣ୍ଡର ଲ୍ୟୁଟ୍‌ନାଟ୍‌ ଜେନେରାଲ କେ.ଜେ.ଏସ୍‌ ଧିଲୋନ୍‌ ସେଠାରେ ପହଞ୍ଚିଥିଲେ। କମାଣ୍ଡରଙ୍କୁ ଦେଖି ମିନାକା ସାଲ୍ୟୁଟ୍‌ କରିଥିଲା। ଏହାର ଉତ୍ତରରେ ଧିଲୋନ୍‌ ମଧ୍ୟ ସାଲ୍ୟୁଟ ଜଣାଇଥିଲେ। ପରବର୍ତ୍ତୀ ସମୟରେ ଧିଲୋନ୍‌ ଏନେଇ ଟୁଇଟ୍‌ ମଧ୍ୟ କରିଥିଲେ। ସେ କହିଥିଲେ ମିନାକା ଭଳି ସେନା କୁକୁରଙ୍କ ଦ୍ୱାରା ବିସ୍ଫୋରକ ସମ୍ପର୍କରେ ଜଣାପଡ଼ିଥାଏ। ଫଳରେ ବହୁ ଯାତ୍ରୀଙ୍କ ଜୀବନ ରକ୍ଷା ହୋଇ ପାରିଥାଏ।

Share