‘କମାଣ୍ଡୋ-୩’କୁ ନେଇ ଉଠିଲା ବିବାଦ

ମୁମ୍ବାଇ: ବଲିଉଡ୍‌ ମୁଭି ‘କମାଣ୍ଡୋ-୩’ର ଏଣ୍ଟ୍ରି ସିନ୍‌କୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଏଥିରେ ବିଦ୍ୟୁତ ଭାମଓ୍ବାଲ ନଜର ଆସିଛନ୍ତି। ତେବେ ଏହି ସିନ୍‌ରେ କେତେଜଣ ମଲ୍ଲଯୋଦ୍ଧା ଆଖଡାରେ ଅଭ୍ୟାସ କରୁଥିବା ବେଳେ ସେହିବାଟ ଦେଇ ଯାଉଥିବା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀଙ୍କୁ କମେଣ୍ଟ କରୁଥିବା ଦେଖାଯାଇଛି। ତେବେ ସେମାନେ ଛାତ୍ରୀଙ୍କ ସ୍କଟକୁ ନେଇ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବାରୁ ଏହି ସମୟରେ ବିଦ୍ୟୁତ ଭାମଓ୍ବାଲ ପହଞ୍ଚି ସେମାନଙ୍କୁ ଖୁବ୍‌ ମାଡ ମାରିଛନ୍ତି। ଏମିତି ଏକ ଦୃଶ୍ୟ ଦେଖିବା ପରେ ଦର୍ଶକେ ଏହାକୁ ଖୁବ୍‌ ବିରୋଧ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ଯୁକ୍ତିତର୍କ ମଧ୍ୟ ଆରମ୍ଭ ହୋଇଯାଇଛି। ଆଉ କେତେଜଣ ଦର୍ଶକ ମଲ୍ଲ ଯୋଦ୍ଧାଙ୍କ ଏଭଳି ବ୍ୟବହାରକୁ ବିରୋଧ ମଧ୍ୟ କରିଛନ୍ତି। ସେମାନେ କହିଛନ୍ତି ମଲ୍ଲଯୋଦ୍ଧାଙ୍କ ବ୍ୟବହାର କେବେବି ଏମିତି ନୁହେଁ। ଏହାକୁ ନେଇ ସମସ୍ତେ ନିର୍ଦ୍ଦେଶକ ଆଦିତ୍ୟ ଦତ୍ତଙ୍କୁ ଦୋଷାରୋପ କରିଛନ୍ତି।

Share