Categories: ଜାତୀୟ

କମିଛି ଦୁର୍ନୀତିି; ଲାଞ୍ଚ କାରବାର ୧୦ ପ୍ରତିଶତ ହୋଇଛି କମ୍‌: ସର୍ଭେ

ନୂଆଦିଲ୍ଲୀ,୨୭।୧୧: ଗତ ଏକ ବର୍ଷ ମଧ୍ୟରେ ଦେଶର କେତେକ ରାଜ୍ୟରେ ଦୁର୍ନୀତି କମିଛି। ସେହିପରି ଏହି ସମୟ ମଧ୍ୟରେ ଲାଞ୍ଚ କାରବାର ୧୦ ପ୍ରତିଶତ କମ୍‌ ହୋଇଛି। ଏନେଇ ଟାନ୍ସପରେନ୍ସି ଇଣ୍ଟରନ୍ୟାସନାଲ୍‌ ଏବଂ ଲୋକାଲ ସର୍କଲ୍ସ୍‌ ପକ୍ଷରୁ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଦିଲ୍ଲୀ, ହରିୟାଣା,ଗୁଜରାଟ,ପଶ୍ଚିମବଙ୍ଗ, କେରଳ, ଗୋଆରେ ଦୁର୍ନୀତି କମିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଅପରପକ୍ଷରେ ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ, ତେଲେଙ୍ଗାନା,କର୍ନାଟକ, ତାମିଲନାଡୁ, ଝାଡ଼ଖଣ୍ଡ ଏବଂ ପଞ୍ଜାବ ଆଦି ରାଜ୍ୟରେ ଦୁର୍ନୀତି ସମ୍ପର୍କିତ ଅଭିଯୋଗ ବଢ଼ିଛି। ଦେଶର ୨୦ଟି ରାଜ୍ୟର ୨୪୮ ଜିଲାର ଏକ ଲକ୍ଷ ୯୦ ହଜାର ଲୋକଙ୍କୁ ଏହି ସର୍ଭେରେ ସାମିଲ୍‌ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫୧ ପ୍ରତିଶତ ଲୋକ ଲାଞ୍ଚ କାରବାର ଜାରି ରହିଥିବା କହିଥିଲେ।

Share