Posted inରାଜ୍ୟ

କମିଲାନି ବିଦ୍ୟୁତ୍‌ ଯାତନା

ପୁରୀ ଅଫିସ/ନିମାପଡ଼ା,୩ା୬(ଡି.ଏନ.ଏ.): ୨୦୧୯ ମେ ୩ ତାରିଖ ଥିଲା ଉପକୂଳବର୍ତ୍ତୀ ପୁରୀ ଜିଲା ପାଇଁ ଅଭିଶପ୍ତ ଦିନ। ସେହିଦିନ ପୂର୍ବାହ୍ନରେ ତାଣ୍ଡବ ରଚାଇଥିଲା ବାତ୍ୟା ଫନୀ। ପବନର ଘୁ ଘୁ ଗର୍ଜନ ଆଉ ବର୍ଷାମାଡ଼ରେ ଭାଙ୍ଗିଯାଇଥିଲା ଘର, ଗଛ, ବିଦ୍ୟୁତ୍‌ ଖୁଣ୍ଟ ଆଉ ଟେଲି ଟାୱାର। କଚାଘର ମାଟି କାମୁଡ଼ିଥିଲା। ବେସାହାରା ହୋଇଥିଲେ ଲକ୍ଷ ଲକ୍ଷ ଲୋକ। ବାତ୍ୟା ପୂର୍ବରୁ ସରକାରଙ୍କ ସତର୍କତା ସତ୍ତ୍ବେ ଚାଲିଯାଇଥିଲା ୩୦ରୁ ଊର୍ଦ୍ଧ୍ୱ ଜୀବନ। ବାତ୍ୟା ଚାଲିଯିବା ପରେ ସବୁଆଡେ ଦେଖିବାକୁ ମିଳିଥିଲା ବିଭୀଷିକାର ଚିତ୍ର। ପେଟକୁ ଦାନା ଏବଂ ମୁଣ୍ଡଗୁଞ୍ଜିବା ପାଇଁ ଆରମ୍ଭ ହୋଇଯାଇଥିଲା ସଂଘର୍ଷ। ଇତିମଧ୍ୟରେ ମାସେ ଅତିକ୍ରାନ୍ତ ହୋଇଯାଇଛି। ବାସହରା ହୋଇପଡ଼ିଥିବା ଲୋକେ ନିଜ ଘରକୁ ସଜାଡ଼ିବା ଆରମ୍ଭ କରି ଦେଇଛନ୍ତି। ପ୍ରଶାସନ ପକ୍ଷରୁ ଦିଆଯାଉଥିବା ରିଲିଫ୍‌ ପ୍ରାୟ ବନ୍ଦ ହୋଇ ଆସିଲାଣି। ବିଭିନ୍ନ ପ୍ରକାର କ୍ଷୟକ୍ଷତିର ଆକଳନ ବି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଜଳଯୋଗାଣ ସ୍ବାଭାବିକ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ପୁରୀ ଜିଲାବାସୀଙ୍କୁ ମିଳିପାରୁନି ବିଦ୍ୟୁତ୍‌। ଫଳରେ ଲୋକେ ଦିନରେ ଅସହ୍ୟ ତାତି, ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଥିବାବେଳେ ରାତିରେ ଅନ୍ଧକାରରେ ରହିବାକୁ ବାଧ୍ୟ ହେଉଛନ୍ତି। ଇତିମଧ୍ୟରେ ବାତ୍ୟା ଫନୀକୁ ମାସେ ପୂରିଛି। ହେଲେ ତା’ ତାଣ୍ଡବର ଚିହ୍ନ ଏବେ ବି ବାରି ହୋଇପଡୁଛି ପୁରୀ ଜିଲାରେ। ଧୀରେ ଧୀରେ ସ୍ବାଭାବିକ ଅବସ୍ଥା ଫେରୁଥିବାବେଳେ ଏଯାଏ ଦୂର ହୋଇପାରିଲାନି ବିଦ୍ୟୁତ୍‌ ବିଚ୍ଛିନ୍ନଜନିତ ଯାତନା। ଫଳରେ ଜିଲାର ପ୍ରାୟ ୪୦% ଅଞ୍ଚଳ ଅନ୍ଧକାର ରହିଛି। ସେପଟେ ପର୍ଯ୍ୟଟନ ଶିଳ୍ପ ଠିଆ ହେବା ପାଇଁ ଅଣ୍ଟା ଭିଡ଼ୁଛି।
ପୁରୀ ଜିଲାରେ ବିଦ୍ୟୁତ୍‌ ଯୋଗାଣକୁ ସ୍ବାଭାବିକ କରିବା ଲାଗି ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ ରାଜ୍ୟ ସରକାର। ମେ ୧୨ରେ ପୁରୀକୁ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯିବ ବୋଲି ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ କୁହାଯାଇଥିଲା। ହେଲେ ବିଭାଗ ତା’ କଥା ରଖିପାରି ନ ଥିଲା। ୧୫ ତାରିଖରେ ପୁରୀକୁ ବିଦ୍ୟୁତ୍‌ ଯୋଗାଣ ଆରମ୍ଭ ହୋଇଥିଲା। ପ୍ରଥମେ ବଡ଼ଦାଣ୍ଡ ଏବଂ ଶ୍ରୀମନ୍ଦିରକୁ ସଂଯୋଗ ଦିଆଯାଇଥିଲା। ଏହାପରେ ପର୍ଯ୍ୟାୟକ୍ରମେ ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ୍‌ ସେବା ଦିଆଯାଉଛି। ହେଲେ ଏ ପର୍ଯ୍ୟନ୍ତ ପୁରୀ ସହର ଏବଂ ଏହାର ଉପକଣ୍ଠକୁ ବିଦ୍ୟୁତ୍‌ ସରବରାହ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏବେ ବି ଲୋକେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଜାରି ରଖିଛନ୍ତି।
ସେସୁ ପୁରୀ ଡିଭିଜନ ଅନ୍ତର୍ଗତ ପୁରୀ ସହର ଏବଂ ଉପକଣ୍ଠ ଅଞ୍ଚଳରେ ପ୍ରାୟ ୬୪,୦୦୦ ଉପଭୋକ୍ତା ରହିଛନ୍ତି। ରବିବାର ସୁଦ୍ଧା ୬୨ ହଜାର ପରିବାରଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିବା ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିବପ୍ରସାଦ ସ୍ବାଇଁ କହିଛନ୍ତି। ସେହିପରି ଜିଲାକୁ ଦେଖିଲେ ପ୍ରାୟ ୪୦ ପ୍ରତିଶତ ଅଞ୍ଚଳ ଅନ୍ଧକାର ରହିଛି। କାକଟପୁର ବିଦ୍ୟୁତ୍‌ ଉପଖଣ୍ଡରେ ୪୦ ପ୍ରତିଶତ ଏବଂ ନିମାପଡ଼ା ଡିିଭିଜନରେ ପ୍ରାୟ ୪୦ରୁ ୫୦ ପ୍ରତିଶତ ପରିବାରକୁ ବିଦ୍ୟୁତ୍‌ ଯୋଗାଣ ହୋଇପାରିନାହିଁ। ଗ୍ରାମାଞ୍ଚଳ ଲୋକେ ଏବେ ବି ଗୁଳୁଗୁଳିରେ ଡହଳବିକଳ ହେଉଛନ୍ତି। ବିଶେଷକରି ନିମାପଡ଼ା ବ୍ଲକର ବାହାରେଣା, ତୁଳସୀପୁର, କଳାପାଞ୍ଚଣ, ତମ୍ପାଳୋ, ଛଣିଜଙ୍ଗ, ବାମନାଳ, ବଡ଼ସିରୁଲା, ଅରିଷଣ୍ଢ, ସଲଙ୍ଗ, ଅନ୍ତୁଆର ଆଦି ପଞ୍ଚାୟତର ଶତାଧିକ ଗ୍ରାମକୁ ଏବେ ସୁଦ୍ଧା ବିଦ୍ୟୁତ୍‌ ସଂଯୋଗ ହୋଇପାରି ନାହିଁ। ଅଳ୍ପ କେତେକ ଅଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ ହୋଇଥିବାବେଳେ ଲକ୍ଷାଧିକ ବିପନ୍ନ ବିଦ୍ୟୁତ୍‌ ନ ପାଇ ଅତ୍ୟନ୍ତ ଦୁର୍ବିଷହ ଜୀବନ ଜିଉଛନ୍ତି। ଏ ସମ୍ପର୍କରେ ଛଣିଜଙ୍ଗ ପଞ୍ଚାୟତର ସୁଶାନ୍ତ ନାୟକ, ଅରିଷଣ୍ଢ ପଞ୍ଚାୟତ ଦୁଷ୍ମନ୍ତ ବେହେରା, ତମ୍ପାଳୋ ପଞ୍ଚାୟତର ଦୁଃଶାସନ ସାହୁ, ରଟିଲୋ ପଞ୍ଚାୟତ ରାମଚନ୍ଦ୍ର ସାହୁ କୁହନ୍ତି, ସେମାନଙ୍କ ଗ୍ରାମକୁ ଏବେ ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବାରୁ ସେମାନେ ଅତିଷ୍ଠ ହୋଇପଡ଼ିଲେଣି। ରାତିରେ ଗରମରେ ସେମାନେ ଶୋଇ ନ ପାରି ଯନ୍ତ୍ରଣା ଭୋଗୁଛନ୍ତି। ଗଁା ସାରା ଅନ୍ଧାର ଯୋଗୁ ରାତିରେ ଯାତାୟାତ କରିବାରେ ହଇରାଣ ହେଉଛନ୍ତି। ସନ୍ଧ୍ୟା ପରେ ପିଲାମାନେ ପାଠ ପଢ଼ିପାରୁ ନାହାନ୍ତି। ଏ ନେଇ ବିଦ୍ୟୁତ୍‌ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରତ୍ୟୁଷ ମିଶ୍ର କୁହନ୍ତି, ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ ଚାଲୁଥିବାବେଳେ ଅଧିକାଂଶ ଅଞ୍ଚଳକୁ ବିଦ୍ୟୁତ୍‌ ସଂଯୋଗ ହୋଇଯାଇଛି। ବାକି ଥିବା ଅଞ୍ଚଳକୁ ୧୦/୧୫ଦିନ ମଧ୍ୟରେ ସଂଯୋଗ ଦିଆଯିବ।
ଅନ୍ୟପକ୍ଷରେ ପର୍ଯ୍ୟଟନ ସହର ପୁରୀରେ ଏ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିନି। ସହରର ପ୍ରାୟ ଅଧା ହୋଟେଲ ଖୋଲି ଗଲାଣି। କେତେଜଣ ପର୍ଯ୍ୟଟକ ଆସିଲେଣି। ତେବେ ଆଗକୁ ରଥଯାତ୍ରା ଆସୁଛି। ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିପାଇବ। ତେଣୁ ପର୍ଯ୍ୟଟକମାନେ ଯେପରି ସବୁ ପ୍ରକାର ସୁବିଧା ସୁଯୋଗ ପାଇପାରିବେ ତାହା ଉପରେ ବିଭାଗ ମଧ୍ୟ ଗୁରୁତ୍ୱ ଦେବା ଦରକାର। ଏ ସମ୍ପର୍କରେ ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦ୍ଦେଶକ ବିଜୟ କୁମାର ଜେନା କହିଛନ୍ତି, ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେଉଛି। ପୁରୀକୁ ପର୍ଯ୍ୟଟକ ଆସିବା ଆରମ୍ଭ କଲେଣି। ପର୍ଯ୍ୟଟକମାନେ ଯେପରି ରହିବା, ଖାଇବାରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିଲାଗି ଧ୍ୟାନଦେବାକୁ ହୋଟେଲଗୁଡ଼ିକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୩।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri