କମିଲା କର୍ପୋରେଟ୍‌ ଟ୍ୟାକ୍ସ

ନୂଆଦିଲ୍ଲୀ, ୨୦।୯: ଗୋଆରେ ବସିବାକୁ ଥିବା ଜିଏସ୍‌ଟି ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ବଡ ଘୋଷଣା କରିଛନ୍ତି। କମ୍ପାନୀ ଏବଂ ବ୍ୟବସାୟୀଙ୍କୁ ଖୁସି କରିବା ପାଇଁ କର୍ପୋରେଟ୍‌ ଟ୍ୟାକ୍ସ କମାଇଛନ୍ତି। ଏନେଇ ଅଧ୍ୟାଦେଶ ପାସ୍‌ ହୋଇଯାଇଛି ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ମିନିମମ୍‌ ଅଲଟରନେଟିଭ୍‌ ଟ୍ୟାକ୍ସ(ମ୍ୟାଟ୍‌) ୧୮.୫ରୁ ୧୫%କୁ ହ୍ରାସ କରାଯାଇଛି। ଏଣିକି କମ୍ପାନୀଗୁଡିକ ସର୍‌ଚାର୍ଜ ଏବଂ ସେସ୍‌ ସହ ୨୫.୧୭% ଟିକସ୍‌ ଦେବେ। ନୂଆ ଘରୋଇ କମ୍ପାନୀଗୁଡିକୁ ଆକୃଷ୍ଟ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସୀତାରାମନ୍‌ ପ୍ରତିଶ୍ରୁତି ଦେଇଛନ୍ତି। ୨୦୧୯-୨୦ ଆଥିକ ବର୍ଷରୁ ଘରୋଇ କମ୍ପାନୀଗୁଡିକ ୨୨% ପ୍ରତିଶତ ଆୟକର ଦେବେ। ୨୨% ଆୟକର ଦେଉଥିବା କମ୍ପାନୀଗୁଡିକୁ ଅନ୍ୟ ଟିକସ ଛାଡ ସୁବିଧା ମିଳିବନି ବୋଲି ସେ କହିଛନ୍ତି।

Share