Categories: ଜାତୀୟ

କମିଲା ପିଆଜ ଦର

ନୂଆଦିଲ୍ଲୀ,୧୪।୧: ଗୋଟିଏ ମାସ ପୂର୍ବରୁ ଲୋକଙ୍କୁ କନ୍ଦାଉଥିବା ପିଆଜର ଦାମ୍‌ ଏବେ କମିଛି। ଉତ୍ତର ପ୍ରଦେଶରେ ଏବେ ସାଧାରଣ ପିଆଜ ଦର ୫୦-୬୦ ଟଙ୍କାରେ ପହଞ୍ଚିଛି। ପ୍ରକୃତରେ ବିଦେଶରୁ ଆସିଥିବା ପିଆଜ ଏବେବି ବଜାରରେ ଉପଲବ୍ଧ ହେଉଥିବା ବେଳେ ଅନ୍ୟପଟେ ପିଆଜ ଅମଳ ହୋଇ ଯାଇଥିବାରୁ ଏହାର ଦାମ୍‌ କମିବାରେ ଲାଗିଛି। ଗୋଟିଏ ପଟେ ଏହାକୁ ନେଇ ଗ୍ରାହକ ଖୁସିଥିବା ବେଳେ ଅନ୍ୟପଟେ କିନ୍ତୁ ସରକାରୀ କର୍ମଚାରୀମାନେ ଅଡୁଆରେ ପଡିଯାଇଛନ୍ତି। କାରଣ ବିଦେଶରୁ ଆସିଥିବା ପିଆଜକୁ ବିକ୍ରି କରିବା ପାଇଁ ସରକାର ଯେଉଁ ବିକ୍ରୟ କେନ୍ଦ୍ର ଖୋଲିଥିଲେ ସେଠାରେ ପିଆଜ ପଡି ରହିଥିବା ବେଳେ ଏବେ ଗ୍ରାହକ ଆଉ ସେଠାକୁ ନ ଯାଇ ବଜାରରେ ମିଳୁଥିବା ପିଆଜ କିଣୁଛନ୍ତି। ଏହା ହେବା ଫଳରେ ଏବେ ବିକ୍ରୟ କେନ୍ଦ୍ରରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ଅପାରଗ ଦର୍ଶାଇ ସରକାର ସେମାନଙ୍କ ଦରମା ବନ୍ଦ କରି ଦେଇଥିବା ସୂଚନା ମିଳିଛି।

Share