କମିଶନରେଟ ପୋଲିସର ନିର୍ଦ୍ଦେଶାବଳୀ: ଜାଣନ୍ତୁ ଆଇଡି କାର୍ଡ ଦେଖାଇ କେଉଁମାନେ ଶଟ୍‌ଡାଉନ୍‌ରେ ଯାଇପାରିବେ

ଭୁବନେଶ୍ୱର, ୫।୬(ବ୍ୟୁରୋ): ଶଟ୍‌ଡାଉନ୍‌କୁ ନେଇ କମିଶନରେଟ ପୋଲିସ ପକ୍ଷରୁ ଶୁକ୍ରବାର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଜରୁରୀ କାର୍ଯ୍ୟ ବ୍ୟତୀତ ଏହି ଦୁଇ ଦିନ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ତେବେ ଏହି ସମୟରେ କେଉଁମାନେ ଆଇଡି କାର୍ଡ ଦେଖାଇ ଯାଇପାରିବେ ସେନେଇ ନିର୍ଦ୍ଦେଶାବଳୀ ରହିଛି।

ସେଗୁଡ଼ିକ ହେଲା:

-ମେଡିକାଲ, ନର୍ସିଂହୋମ୍‌ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାଇପାରିବେ।

-ମେଡିସିନ ଷ୍ଟୋର କର୍ମଚାରୀ ପୋଲିସ ଦେଇଥିବା ପୁରୁଣା ପାସ୍‌ ଦେଖାଇ ପାରିବେ।

-କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀମାନେ ଆଇଡି କାର୍ଡ ଦେଖାଇ ଯାଇପାରିବେ।

-ଟେଲିକମ୍‌, ମିଡିଆ, ପେଟ୍ରୋଲ ପମ୍ପ କର୍ମଚାରୀ ଆଇଡି କାର୍ଡ ଦେଖାଇବେ।

-ହୋମ ଡେଲିଭରି, ପାନୀୟ ଜଳ, ପରିମଳ, ବିଦ୍ୟୁତ କମର୍ୟଚାରୀ। କଳକାରଖାନା, ହୋଟେଲ କର୍ମଚାରୀ ମଧ୍ୟ।

-ଷ୍ଟେଶନ, ବସ୍‌ ଷ୍ଟାଣ୍ଡ, ଏୟାରପୋର୍ଟ ପାଇଁ ଗାଡ଼ିକୁ ପୋଲିସ ପାସ୍‌ ଦରକାର।

– ପୋଲିସ ପାସ୍‌ ଦେଖାଇ ଟ୍ୟାକ୍ସିଂ ଅଟୋ, ଓଲା, ଉବେର ଆଦି ଯାଇପାରିବେ।

-ସଟ୍‌ଡାଉନ୍‌ରେ ଦିନ ବାହାଘର ଥିଲେ ପୋଲିସଠାରୁ ପାସ୍‌ ନେବା ଜରୁରୀ।

– ଟ୍ବିନ୍‌ ସିଟିରୁ ବାହାରକୁ ଯିବାକୁ ଚାହୁଁଥିବା ଘରୋଇ ଗାଡ଼ିକୁ ୧୦୦ରୁ ଅନୁମତି ମିଳିଛି।

-ମାଲ୍‌ ପରିବହନ କରୁଥିବା ଖାଲି ଓ ମାଲ୍‌ ଭର୍ତ୍ତି ଗାଡ଼ି ପାଇଁ ପାସ୍‌ ଅନାବଶ୍ୟକ।

– ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଏସ୍‌ଏମ୍‌ଏସ୍‌ କିମ୍ବା ୧୦୦କୁ ଡାଏଲ କରି ପାସ୍‌ ନେବାକୁ ହେବ।

Share