କମୁଛି ସଂକ୍ରମିତଙ୍କ ସଂଖ୍ୟା

ଥିରୁଭାନନ୍ତପୁରମ,୧୪।୪: କରୋନା ଭାଇରସ ପ୍ରଥମେ କେରଳରେ ବହୁ ସଂଖ୍ୟାରେ ଦେଖାଯାଇଥିବା ବେଳେ ଧିରେ ଧିରେ ମହାରାଷ୍ଟ୍ରରେ ବି ଏହି ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଲା। ଏବେ କିନ୍ତୁ କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା କହିଛନ୍ତି ବର୍ତ୍ତମାନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି, ଯାହା ରାଜ୍ୟପାଇଁ ଶୁଭ ସଙ୍କେତ ବୋଲି ସେ କହିଛନ୍ତି। ତେବେ ଲକ୍‌ଡାଉନ ସମୟ ବୃଦ୍ଧି ହେବା କରୋନା ସଂକ୍ରମଣକୁ କମାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସେ କହିଛନ୍ତି। ରାଜ୍ୟରେ ଏବେ ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ମଧ୍ୟ ପୂର୍ବପରି ସତର୍କତା ଅବଲମ୍ବନ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସୋମବାର ସୁଦ୍ଧା କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭୮ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯ ଜଣ ସୁସ୍ଥ ହୋଇଛନ୍ତି।

Share