ଦୁବଇ,୨୧।୭: ଷ୍ଟାଣ୍ଡଅପ୍ କମେଡିଆନ୍ ମଞ୍ଜୁନାଥ ନାଇଡୁଙ୍କର ଦୁବଇରେ ଏକ ଷ୍ଟେଜ ଶୋ’ ସମୟରେ ମୃତ୍ୟୁ ହୋଇଛି। ମୂଳ ଭାରତୀୟ ମଞ୍ଜୁନାଥ ଷ୍ଟେଜରେ ପରଫର୍ମ କରୁଥିବା ସମୟରେ ହଠାତ୍ ହୃଦଘାତ ହେବାରୁ ସେ ସେହିଠାରେ ଥିବା ଏକ ଚୌକିରେ ବସି ପଡିଥିଲେ ଓ ଏହାପରେ ଧିରେ ତଳକୁ ଖସି ପଡିଥିଲେ। ହେଲେ ଦର୍ଶକେ ଭାବିଥିଲେ ଏହା ତାଙ୍କ ଅଭିନୟର ଏକ ଅଂଶ। ଏହାପରେ କିଛି ସମୟ ଧରି ସେ ନ ଉଠିବାରୁ ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଉଠାଇବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ୩୬ ବର୍ଷୀୟ ମଞ୍ଜୁନାଥଙ୍କ ଜନ୍ମ ଆବୁଧାବିରେ ହୋଇଥିବା ବେଳେ ସେ ଦୁବଇର ବାସିନ୍ଦା ହୋଇ ସାରିଥିଲେ।