କମେଡି କିଙ୍ଗ୍‌ କପିଲଙ୍କ ଝିଅର ଫଟୋ ଭାଇରାଲ

ମୁମ୍ବାଇ: ନିଜ କମେଡିରେ ସମସ୍ତଙ୍କୁ ହସାଇ ହସାଇ ବେଦମ୍‌ କରୁଥିବା ଲୋକପ୍ରିୟ କମେଡି କିଙ୍ଗ୍‌ କପିଲ ଶର୍ମା ଏବେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହୁଥିବା କପିଲଙ୍କ ଆଉ ଏକ ଫଟୋ ଏବେ ଭାଇରାଲ ହୋଇଛି। ନିକଟରେ ସ୍ତ୍ରୀ ଗିନ୍ନି ଚତରଥ ପ୍ରଥମ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଝିଅକୁ ନେଇ କପିଲ ଓ ଗିନ୍ନି ବହୁତ ଖୁସିଥିବା ବେଳେ ପ୍ରଥମ ଥର ପାଇଁ ତାଙ୍କର ଏକ ଫଟୋକୁ କପିଲ ଶେୟାର କରିଛନ୍ତି। ଫଟୋକୁ ଶେୟାର କରିବା ସହ କ୍ୟାପଶନ୍‌ରେ ଝିଅର ନାମ ଅନାୟରା ଶର୍ମା ଲେଖି ସମସ୍ତଙ୍କୁ ଜଣାଇଛନ୍ତି।

ଏହି ଫଟୋରେ କପିଲ ଝିଅଙ୍କୁ କୋଳରେ ଧରିଥିବା ଦେଖିବାକୁ ମିଳିଛି। ଏଥିରେ ବାପା ଓ ଝିଅ ପରସ୍ପରକୁ ଚାହିଁଥିବା ବେଳେ ଦୁହେଁ ବେଶ୍‌ କ୍ୟୁଟ୍‌ ଦେଖାଯାଉଛନ୍ତି। ଏହି ଫଟୋକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶେୟାର ହେବାର କିଛି ସମୟ ମଧ୍ୟରେ ଏହି ଫଟୋକୁ ୬ଲକ୍ଷରୁ ଊର୍ଦ୍ଧ୍ୱ ଲାଇକ୍‌ ମିଳିଛି। ସୂଚନା ମୁତାବକ କପିଲ ଝିଅ ଓ ସ୍ତ୍ରୀ ସହ ସମୟ ଅତିବାହିତ କରିବା ପାଇଁ ୧୫ ଦିନର ଶୋ’ରୁ ଛୁଟି ନେଇଥିଲେ। ଏଥିପାଇଁ ସେ ପୂର୍ବରୁ ନିଜର ଏପିସୋଡ୍‌ ପୂରା କରିଥିବା କୁହାଯାଉଛି।

Share