କମେଡି ମାୟା

ନିକଟରେ ରିଲିଜ ହୋଇଛି ସବ୍ୟସାଚୀ-ଏଲିନା ଅଭିନୀତ ‘ମାଲ ମହୁ ଜୀବନ ମାଟି’। ଏଥିରେ ଡନ୍‌ ଡୋଗ୍ରାର ଅନ୍ୟତମ ସହଯୋଗୀ ଭାବରେ ଅଭିନୟ କରିଛନ୍ତି ବିଜୁ ବଡଜେନା। ଦୀର୍ଘବର୍ଷ ଧରି ଖଳନାୟକ ଭାବରେ ନିଜର ପରିଚୟ ସୃଷ୍ଟି କରିଥିବା ଏହି ଅଭିନେତାଙ୍କୁ ଏଥିରେ କମେଡି କରୁଥିବାର ଦେଖିବାକୁ ମିଳିଛି। ହେଲେ ସେଥିରେ ନେଗେଟିଭ୍‌ ଟଚ୍‌ ରହିଛି। ଏ ସମ୍ପର୍କରେ ବିଜୁ କହନ୍ତି, ‘ବଡ଼ ପରଦାରେ ମୁଁ ପ୍ରଥମ ଥର ପାଇଁ କମେଡି କରୁଛି। ଯାହାହେଉ ଏକ ନୂଆ ଅଭିଜ୍ଞତା ହେଲା। ମୋତେ ଯେଉଁ ଭୂମିକା ମିଳୁ ନା କାହିଁକି ତାକୁ ମୁଁ ସିରିୟସ୍‌ଲି ନେଇଥାଏ। ସେହି ଚରିତ୍ରଟିକୁ କିପରି ଠିକ୍‌ ଭାବରେ ଫୁଟାଇ ହେବ ଚେଷ୍ଟା କରିଥାଏ।’ ଏବେ ତାଙ୍କ ଅଭିନୀତ ପାଞ୍ଚଟି ଫିଲ୍ମ-‘ତୁ ଭାରି ବିୟୁଟିଫୁଲ’, ‘ଆଣ୍ଟି ନମସ୍କାର’, ‘ଆସିବି ଫେରି ମୁଁ ବସୁଧା ଚିରି’, ‘ରଘୁ ସର୍ଦ୍ଦାର’ ଏବଂ ‘ଅଟୋଗ୍ରାଫ-ଦ ସାଇନ୍‌ ଅଫ ଲଭ୍‌’। ତେବେ ଏଥିରେ ମିଳିଥିବା ଭୂମିକାରେ ବିଜୁ ଦର୍ଶକଙ୍କୁ କେତେଦୂର ପ୍ରଭାବିତ କରୁଛନ୍ତି ତାହା ଫିଲ୍ମଗୁଡିକ ରିଲିଜ ହେଲେ ହିଁ ଜଣାପଡିବ।

Share