କମେଣ୍ଟମରାକୁ ନେଇ ହତ୍ୟା, ବାପ-ପୁଅ ଅଟକ

ଆସିକା,୩୦ା୫ (ଡି.ଏନ୍‌.ଏ.)- ଗାଙ୍ଗପୁର ଥାନା ନାଟଙ୍ଗା ଗ୍ରାମରେ କମେଣ୍ଟ ମରାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ସୀମାଞ୍ଚଳ ରାଉତ। ମୃତ ସୀମାଞ୍ଚଳଙ୍କ ପୁଅ ଭାବଙ୍କ ଅଭିଯୋଗ କ୍ରମେ ଗାଙ୍ଗପୁର ଥାନାରେ ନଂ.୧୩୫/୨୦ରେ ଏକ ମାମଲା ରୁଜୁ କରାଯାଇଛି। ହତ୍ୟା ଅଭିଯୋଗରେ ସେହି ଗ୍ରାମର ବାପ ଓ ପୁଅଙ୍କୁ ଅଟକ ରଖି ତଦନ୍ତ ଚାଲିଥିବା ଥାନା ଅଧିକାରୀ ଧିରେଶ କୁମାର ଦାସ ସୂଚନା ଦେଇଛନ୍ତି।
ସୀମାଞ୍ଚଳଙ୍କ ନାତୁଣିଙ୍କୁ ଅଭିଯୁକ୍ତଙ୍କ ପୁଅ ଶୁକ୍ରବାର କମେଣ୍ଟ ମାରିଥିଲେ। ଏନେଇ ସୀମାଞ୍ଚଳ ଅଭିଯୁକ୍ତଙ୍କ ଘର ନିକଟକୁ ଯାଇ ପଚାରିଥିଲେ। ପରେ ଅଭିଯୁକ୍ତ ବାପ-ପୁଅ ସୀମାଞ୍ଚଳକୁ ଗାଳିଗୁଲଜ ସହ ଧକ୍କା ମାରିଥିଲେ। ସେ ତଳେ ପଡିଯିବାରୁ ଏକ ପଥରରେ ମୁଣ୍ଡ ପିଟି ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲ ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଥିଲା। ଚିକିତ୍ସା ଚାଲିଥିବାବେଳେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି।