କମେଣ୍ଟ୍ରି ବକ୍ସରେ ଭାରତୀୟ କ୍ରିକେଟର ତ୍ରିମୂର୍ତ୍ତି

ଲଣ୍ଡନ,୩୧।୫- ଏଠାରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଆଇସିସି ବିଶ୍ୱକପ୍‌ ପ୍ରଥମ ମ୍ୟାଚ୍‌ରେ ପ୍ରଶଂସକମାନେ ଏକ ଭିନ୍ନ ମଜା ପାଇଛନ୍ତି। ଭାରତୀୟ କ୍ରିକେଟର ତ୍ରିମୂର୍ତ୍ତି କୁହାଯାଉଥିବା ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ବୀରେନ୍ଦ୍ର ସେହ୍ବାଗ କମେଣ୍ଟ୍ରି ବକ୍ସରେ ଏକାଠି ଭାଷ୍ୟକାରିତା କରିଥିଲେ। ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୦୪ ରନ୍‌ରେ ପରାସ୍ତ କରି ଆୟୋଜକ ଇଂଲଣ୍ଡ ପତିଆରା ଜାହିର କରିଥିଲା। ହେଲେ ଏକାଠି ୨୦୦୩ ବିଶ୍ୱକପ୍‌ ଖେଳିଥିବା ସଚିନ, ଗାଙ୍ଗୁଲି ଓ ସେହ୍ବାଗ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲେ। ଏମାନେ ଏଠାରେ ବିଶ୍ୱକପ୍‌ ମ୍ୟାଚ୍‌ରେ ଭାଷ୍ୟକାର ଭାବେ ପଦାର୍ପଣ କରିଛନ୍ତି। ଏହି ଅବସରରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ଦୁଇଟି ଫଟୋ ଟୁଇଟ୍‌ କରିଥିଲେ। ଯାହାର ଗୋଟିଏ ପାଖରେ ସେମାନଙ୍କ ଖେଳିବାବେଳର ଫଟୋ ଥିବାବେଳେ ଅନ୍ୟ ଫଟୋରେ ତିନି ଜଣ କମେଣ୍ଟ୍ରି ବକ୍ସରେ କଥା ହେଉଥିବାର ଦୃଶ୍ୟ ରହିଛି। ଏହାର କ୍ୟାପଶନରେ ‘ପୁଣି ଥରେ ଏକାଠି’ ସଚିନ ଲେଖିଛନ୍ତି।

Share