Categories: ଜାତୀୟ

କମ୍ପାନୀରେ ନିଯୁକ୍ତି ପାଇଁ ରୋବୋ ନେଉଛି ଇଣ୍ଟରଭ୍ୟୁ

ନୂଆଦିଲ୍ଲୀ,୪।୬: କମ୍ପାନୀରେ ନିଯୁକ୍ତି ପାଇଁ ଏବେ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି। ଏବେ ପ୍ରାର୍ଥୀଙ୍କ ଚୟନ ପାଇଁ ମନୁଷ୍ୟ ନୁହେଁ ରୋବୋ ନେଉଛି ଇଣ୍ଟରଭ୍ୟୁ। ଭିଡିଓ ଇଣ୍ଟରଭ୍ୟୁରେ ଏଲ୍‌ଗୋରିଦମ୍‌ର ସାହାଯ୍ୟରେ ଲୋକଙ୍କ ଚେହେରାରୁ ସୋସନଙ୍କ ହାବଭାବକୁ ପଢ଼ାଯାଇପାରିବ। ଲୋକଙ୍କ କଣ୍ଠରୁ ଜଣାଯାଇପାରିବ ଯେ, ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ଅଛି କି ନାହିଁ, ଏବଂ ସେମାନେ ଖୁସି ଅଛନ୍ତି ନା ନାହଁାନ୍ତି। କମ୍ପାନୀରେ ସବୁ ପଦ ପାଇଁ ରୋବୋଟିକ୍‌ ଭିଡିଓ ଆସେସ୍‌ମେଣ୍ଟ ସଫ୍ଟଓ୍ବେୟାର ବ୍ୟବହାର କରି ନିଯୁକ୍ତି ଦିଆଯାଉଥିବା ଜଣାପଡ଼ିଛି। ଚଳିତ ବର୍ଷ ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ୪୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀଙ୍କ ମଧ୍ୟରୁ ୨ହଜାର କଷ୍ଟମର ସର୍ଭିସ ଅଫିସରଙ୍କ ନିଯୁକ୍ତି ପାଇଁ ଆପ୍ଟିଚ୍ୟୁଡ୍‌ ଟେଷ୍ଟ ଓ ଏଲଗୋରିଦମ୍‌ ଭିଡିଓର ସାହାଯ୍ୟ ନିଆଯାଇଥିଲା। ଏନେଇ ସୂଚନା ଦେଇଛନ୍ତି ଆକ୍ସିସ୍‌ ବ୍ୟାଙ୍କ ଏଚ୍‌ଆର ହେଡ ରାଜକମଲ ବେମ୍ପତି। ସେହିପରି ଇନ୍ସ୍ୟୁରାନ୍ସ କମ୍ପାନୀ ବଜାଜ ଆଲିଆଞ୍ଜ ମଧ୍ୟ ଏହି ରୋବଟିକ୍‌ ସାହାଯ୍ୟରେ ନିଯୁକ୍ତି କରାଇଛି ବୋଲି ଏଚ୍‌ଆର ମୁଖ୍ୟ କହିଛନ୍ତି।

Share