Categories: ବାଣିଜ୍ୟ

କମ୍ପୋଜିଶନ ସ୍କିମ୍‌ ଚୟନ ଅବଧି ବୃଦ୍ଧି

ନୂଆଦିଲ୍ଲୀ,୨୮-୭: କ୍ଷୁଦ୍ର ବ୍ୟବସାୟୀଙ୍କୁ ଆଶ୍ୱସ୍ତ କରିବାକୁ ଯାଇ ଜିଏସ୍‌ଟି କାଉନସିଲ୍‌ କମ୍ପୋଜିଶନ ସ୍କିମ୍‌କୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ କାରବାର କରୁଥିବା ସର୍ଭିସ୍‌ ପ୍ରୋଭାଇଡର(ସେବା ପ୍ରଦାନକାରୀ) ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହି ସ୍କିମ୍‌ ଚୟନ ନେଇ ନିଷ୍ପତ୍ତି ନେଇପାରିବେ। ବର୍ତ୍ତମାନ ଏହି ଅବଧି ଜୁଲାଇ ୩୧ ପର୍ଯ୍ୟନ୍ତ ରହିଛି। ଏହାକୁ ସେପ୍ଟେମ୍ବର ୩୧ ଯାଏ ବୃଦ୍ଧି କରାଯାଇଛି। ଅର୍ଥାତ ବାର୍ଷିକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ସେବା ପ୍ରଦାନକାରୀ ସେପ୍ଟେମ୍ବର ୩୧ ପର୍ଯ୍ୟନ୍ତ ନିଜକୁ କମ୍ପୋଜିଶନ ସ୍କିମ୍‌ରେ ପଞ୍ଜୀକୃତ କରିବା ନେଇ ନିଷ୍ପତ୍ତି ନେଇପାରିବେ। ଜିଏସ୍‌ଟି କମ୍ପୋଜିଶନ ସ୍କିମ୍‌ରେ ସେବା ପ୍ରଦାନକାରୀ ପଞ୍ଜୀକୃତ ହୋଇଯିବା ପରେ ୬% ହାରରେ ଜିଏସ୍‌ଟି ଦେବେ। ବର୍ତ୍ତମାନ ସେମାନଙ୍କଠାରୁ ୧୨ରୁ ୧୮ ପ୍ରତିଶତ ହାରରେ ଜିଏସ୍‌ଟି ଆଦାୟ କରାଯାଉଛି।

Share