ଲ୍ୟାପ୍ଟପ୍ ଏବଂ କମ୍ପ୍ୟୁଟର୍ ଆମ ଜୀବନକୁ ଏବେ ଯେତିକି ସହଜ କରିଛି, ତା’ଠୁ ଅଧିକ ରୋଗାକ୍ରାନ୍ତ। ଲଗାତାର ୭-୮ ଘଣ୍ଟା ଏଥିରେ କାମ କରିବା ଦ୍ୱାରା ଆଖି ଉପରେ ତ ଖରାପ ପ୍ରଭାବ ପଡ଼େ, ତା’ସହ ହାତ ଆଙ୍ଗୁଳିରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ। କର୍ପଲ୍ ଟନଲ୍ ସିଣ୍ଡ୍ରୋମ୍ ନାମକ ରୋଗ, ସେଭଳି ଲୋକଙ୍କ-ଠାରେ ଅଧିକ ଦେଖାଯାଏ ଯେଉଁମାନେ ଅଧିକାଂଶ ସମୟ କମ୍ପ୍ୟୁଟର ଏବଂ ଲ୍ୟାପଟପ୍ରେ ଟାଇପ୍ କରିଥାନ୍ତି। ଏହି ରୋଗ ଦ୍ୱାରା ହାତରେ ଯନ୍ତ୍ରଣା ସାଙ୍ଗକୁ ଆଙ୍ଗୁଳି ବଧିରା ହେବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଏକ ଗବେଷଣାରୁ ଜଣାପଡ଼ିଛି ଭାରତରେ ୩୦ ପ୍ରତିଶତ ଯୁବପିଢ଼ିଙ୍କ ମାଂସପେଶୀ ଏବଂ ସ୍ନାୟୁ ସମ୍ବନ୍ଧୀୟ କିଛି ଫୁଲିବା ଭଳି ଅନୁଭବ ହୋଇଥାଏ। ପାପୁଲିରୁ ନେଇ କହୁଣୀ ଯାଏ ଯନ୍ତ୍ରଣା ଅନୁଭୂତ ହୁଏ। ଏମିତିକି ପୀଡ଼ିତ ବ୍ୟକ୍ତି ହାତରେ ଏତେ ଦୁବର୍ଳତା ଅନୁଭବ କରେ ଯେ ସାମାନ୍ୟ ହାଲ୍କା ଜିନିଷଟିଏ ଉଠାଇବା କ୍ଷମତା ବି ହରାଇ ବସେ।