Categories: ଖେଳ

କମ୍ପ୍ୟୁଟର ଗେମ୍‌ବେଳେ ଖେଳାଳି ଆହତ

ମେଲବୋର୍ନ,୧୯।୧(ଏଏଫ୍‌ପି)- ଗାଏଲ ମନଫାଇଲ୍ସଙ୍କ ହାତରେ ଆଘାତ ଲାଗିଛି। କମ୍ପୁଟର ଗେମ୍‌ ଖେଳୁଥିବାବେଳେ ବିରକ୍ତ ହୋଇ ସେ ହାତକୁ ପିଟି ଦେଇଛନ୍ତି। କିନ୍ତୁ ଏହି ଆହତ ସମସ୍ୟା ତାଙ୍କ ଅଷ୍ଟ୍ରେଲିଆନ ଓପନ ଅଭିଯାନକୁ ପ୍ରଭାବିତ କରିବ ନାହିଁ ବୋଲି ଆଶା କରାଯାଉଛି। ଫ୍ରାନ୍ସର ୧୦ମ ସିଡ୍‌ ମନଫାଇଲ୍ସ ପ୍ରଥମ ରାଉଣ୍ଡରେ ତାଇଓ୍ବାନର ଲୁ ୟେନ ସୁନଙ୍କୁ ଭେଟିବେ। ମୋ ବେଡରୁମ୍‌ରେ କମ୍ପୁଟର ଗେମ୍‌ ଖେଳୁଥିବାବେଳେ ହାତକୁ ଖଟ ବାଡ଼ରେ ପିଟ ଦେଇଥିଲି। ଏଥିରେ ବରଫ ଓ ଔଷଦ ବ୍ୟବହାର କରୁଛି। କିନ୍ତୁ ହାତକୁ ବିଶ୍ରାମ ଦରକାର ବୋଲି ମନଫାଇଲ୍ସ କହିଛନ୍ତି।

Share