Categories: ଫୁରସତ

କମ୍ପ୍ୟୁଟର ଜଣାଇଦେବ ହସ ନକଲି କି ଅସଲି

ଲଣ୍ଡନ: ଗବେଷକମାନେ ଏବେ ଏକ ସଫ୍ଟଓ୍ବେର ବିକାଶ କରିଛନ୍ତି ଯାହା ହସର ମୁଭ୍‌ମେଣ୍ଟକୁ ସଫ୍ଟଓ୍ବେର ମାଧ୍ୟମରେ ଅନୁଧ୍ୟାନ କରି ତାହା ଅସଲି କି ନକଲି ଜଣାଇଦେବ । ଏ ସମ୍ପର୍କିତ ତଥ୍ୟ ଆଡ୍‌ଭାନ୍ସଡ ଇଞ୍ଜିନିୟରିଂ ଇନ୍‌ଫରମେଟିକ୍ସ ଜର୍ନାଲରେ ପ୍ରକାଶ ପାଇଛି। ଏହି ସଫ୍ଟଓ୍ବେର ପ୍ରଥମେ ଭିଡିଓ ରେକର୍ଡିଂରେ ବ୍ୟକ୍ତିର ମୁହଁକୁ ମ୍ୟାପିଂ କରେ। ଏହାପରେ ହସିବାବେଳେ ମୁହଁ, ଗାଲ ଓ ଆଖି ଚାରିପାଖର ମୁଭ୍‌ମେଣ୍ଟକୁ ଭଲ ଭାବେ ଅନୁଧ୍ୟାନ କରିବା ପରେ ତାହା ଅସଲି କି ନକଲି ଜଣାଇଦିଏ । ଗବେଷକମାନେ କହନ୍ତି, ନକଲି ହସରେ କେବଳ ମୁହଁର ମାଂସପେଶୀର ମୁଭମେଣ୍ଟ୍‌ ଲକ୍ଷ୍ୟ କରାଯାଏ , କିନ୍ତୁ ଆଖି ପାଖରେ କୌଣସି ମୁଭମେଣ୍ଟ ପରିଲକ୍ଷିତ ହୁଏନାହିଁ। ସଫ୍ଟଓ୍ବେର ଏହାକୁ ଭଲ ଭାବେ ନିରୀକ୍ଷଣ କରିବା ପରେ ଜଣାଇଦିଏ ହସ ନକଲି କି ଅସଲି।

Share