କମ୍ପ୍ୟୁଟର ଲାବ୍‌ ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

ସଜନାଗଡ଼, ୧୮।୧୨(ଡି.ଏନ.ଏ.):ନୀଳଗିରି ବ୍ଲକ ଭଉଁରିଆବାଡ଼ ପଞ୍ଚାୟତର ପଦ୍ମଲୋଚନ ମୁଣ୍ଡହାଣ ଉଚ୍ଚ ବିଦ୍ୟାଳୟ ଜଡ଼ିବାଲି ପରିସରରେ ମଙ୍ଗଳବାର ବାର୍ଷିିକ କ୍ରୀଡ଼ା ଉତ୍ସବ ଏବଂ କମ୍ପ୍ୟୁଟର ଲାବର ଉଦ୍‌ଘାଟନ ସଭା ଅନୁଷ୍ଠିତ ହୋଇଯାଇଛି।
ବିଶିଷ୍ଟ ଶିକ୍ଷାବିତ୍‌ ଭାଗବତ ବେହେରା ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟଅତିଥି ଭାବେ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଶିକ୍ଷକମାନଙ୍କର ଦାୟିତ୍ୱ ଓ ମୂଲ୍ୟବୋଧ ସମ୍ପର୍କରେ ଆଲୋକପାତ କରିବା ସହିତ ଛାତ୍ରୀଛାତ୍ରଙ୍କୁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ନୀଳଗିରିର ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଯୋଗଦେଇ ଆଧୁନିକ ଶିକ୍ଷାର ଗୁଣାମତ୍କ ବିକାଶ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସମ୍ମାନନୀୟ ଅତିଥି ଭାବେ ନୀଳଗିରିର ବିଇଓ ଭଗୀରଥ ଗିରି, ଡ. ନାରାୟଣ ନାୟକ ଯୋଗଦେଇ ବିଦ୍ୟାଳୟର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ସଭାକୁ ବିଜ୍ଞାନ ଶିକ୍ଷକ ଭାଷ୍କର ଚନ୍ଦ୍ର ଜେନା ଏବଂ ହିନ୍ଦୀ ଶିକ୍ଷକ ଜୟନ୍ତ କୁମାର ଚୌଧୁରୀ ପରିଚାଳନା କରିଥିବାବେଳେ ଶିକ୍ଷକ କମଳାକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Share