ଅଧିକାଂଶ ଲୋକ ସୁନ୍ଦର ଦେଖାଯିବା ପାଇଁ ପାଣି ପରି ପଇସା ଖର୍ଚ୍ଚ କରିଥାନ୍ତି। କିନ୍ତୁ ନିଜ ବଜେଟ ଭିତରେ ଖର୍ଚ୍ଚ ନ କଲେ ଆର୍ଥିକ ସ୍ଥିତି ବିଗିଡ଼ିବାର ସମ୍ଭାବନା ରହିଥାଏ। ତେଣୁ ଅଳ୍ପ ଖର୍ଚ୍ଚରେ କେମିତି ଗ୍ଲାମର ଲୁକ୍ ଆସିବ ଜାଣନ୍ତୁ କିଛି ଟିପ୍ସ…
ଯୋଗ କରନ୍ତୁ:
ଯୋଗ କଲେ ଶରୀର ଫିଟ୍ ରହେ। ନିଃଶ୍ୱାସ ପ୍ରଶ୍ୱାସ ନେବା ସହଜ ହୁଏ। ଶରୀରରେ ରକ୍ତ ସଂଚାଳନ ଠିକ୍ରେ ହୋଇଥାଏ। ଫଳରେ ଚେହେରାରେ ଚମକ ଆସିଥାଏ। ତେଣୁ ପ୍ରତିଦିନ ଯୋଗ କରିବା ଜରୁରୀ।
ଲେମ୍ବୁ:
ସୁନ୍ଦର ତ୍ୱଚା ପାଇଁ ଲେମ୍ବୁ ସର୍ବୋତ୍ତମ। ଏହା କେବଳ ତ୍ୱଚାକୁ ସୁନ୍ଦର କରେ ନାହିଁ, ମୁହଁରୁ କଳାଦାଗ ମଧ୍ୟ ଲିଭାଇବାରେ ସାହାଯ୍ୟ କରେ।
ଲିପ୍ଷ୍ଟିକ୍ ଲଗାନ୍ତୁ:
ଲିପ୍ଷ୍ଟିକ୍ ଅଧିକାଂଶ ଲୋକଙ୍କୁ ପସନ୍ଦ ଆସିଥାଏ। ଏଥିରେ ଭିନ୍ନ ଏକ ଲୁକ୍ ଆସିଥାଏ। ତେଣୁ ଲିପ୍ଷ୍ଟିକ୍ ଲଗାଇବାକୁ ଆଦୌ ଭୁଲନ୍ତୁ ନାହିଁ।
ହାଲୁକା ଜୁଏଲାରି ପିନ୍ଧନ୍ତୁ:
ସବୁବେଳେ ହାଲୁକା ଜୁଏଲାରି ପିନ୍ଧନ୍ତୁ। କୌଣସି ପାର୍ଟିରେ ଯୋଗ ଦେବାର ଥିଲେ ନିଜକୁ ମ୍ୟାଚ୍ କଲା ପରି ଡ୍ରେସ୍, ଜୋତା ପିନ୍ଧନ୍ତୁ। ଯାହାଦ୍ୱାରା ଆପଣଙ୍କ ଆଉଟ୍ଫିଟ୍ ଆହୁରି ସୁନ୍ଦର ଦିଶିବ।