କମ୍‌ ବର୍ଷା ଯୋଗୁ ତଳି ରୁଆ କାର୍ଯ୍ୟରେ ବାଧା: ଆଶା ଓ ଆଶଙ୍କାରେ ଚାଷୀ, ଜଳସେଚନ ବ୍ୟବସ୍ଥା ଦାବି

ବୋଲଗଡ଼,୨୭ା୭(ଡି.ଏନ.ଏ.): ଚଳିତ ବର୍ଷ ଏପର୍ଯ୍ୟନ୍ତ କମ୍‌ ପରିମାଣରେ ବର୍ଷା ଧାନଚାଷରେ ପ୍ରତିବନ୍ଧକ ସୃଷ୍ଟି କରିଛି। ଜଳାଭାବରୁ ରୁଆ ପୋତା ପାଇଁ ମଧ୍ୟ ଜମି ପ୍ରସ୍ତୁତି ହୋଇପାରୁନାହଁ। ତଳି ପକାଯାଇଥିବା ଜମିରେ ଯଥେଷ୍ଟ ପରିମାଣର ଜଳ ନ ଥିବାରୁ ଚାଷୀମାନେ ପମ୍ପ୍‌ ଦ୍ୱାରା ତଳିଜମିକୁ ପାଣି ବୁହାଉଥିବା ଜଣାପଡ଼ିଛି । ଗତ ୨ ଦିନ ମଧ୍ୟରେ ଅଳ୍ପ ପରିମାଣର ବର୍ଷା ହୋଇଥିବାବେଳେ ଏହା ଚାଷୀଙ୍କ ପ୍ରତି ସେତେଟା ଭରସା ଯୋଗାଇ ପାରୁନାହିଁ। ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଞ୍ଚଳର ଚାଷୀମାନେ ଖରିଫ ଧାନଫସଲ ନିମନ୍ତେ ସର୍ବଦା ମୌସୁମୀ ବର୍ଷାକୁ ହିଁ ଭରସା କରିଥାନ୍ତି । ସୂଚନାଯୋଗ୍ୟ, ଚଳିତ ବର୍ଷ ମୌସୁମୀ ବର୍ଷାକୁ ଅପେକ୍ଷା କରି ଜୁଲାଇ ଶେଷହେବାକୁ ଗଲାଣି। ତେବେ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଯଦି ଆଗାମୀ ଦିନେ ୨ ଦିନ ମଧ୍ୟରେ ଭଲ ବର୍ଷା ହୁଏ, ଧାନ ଫସଲର ପୂର୍ବ ପ୍ରସ୍ତୁତି ନିମନ୍ତେ ଚାଷୀମାନେ ଆଗଭର ହେବେ। ନଚେତ ଆଶା ଓ ଆଶଙ୍କା ମଧ୍ୟରେ ରହି ଭବିଷ୍ୟତକୁ ଅପେକ୍ଷା କରିବେ ଚାଷୀ ଭାଇମାନେ। ଶ୍ରାବଣ ମାସରେ ଗୋଟିଏ ଦିନ ମଧ୍ୟ ବର୍ଷା ନ ହେଲେ ଧାନ ଫସଲରେ କ୍ଷତି ହେବାର ଆଶଙ୍କା ରହିଥାଏ ବୋଲି ଲୋକମତରେ ପ୍ରକାଶ।
ଜୁନ ମାସରେ ଭଲ ବର୍ଷା ହୋଇ ନ ଥିଲା । ଏବେ ଭଲ ବର୍ଷା ହେଲେ ଚାଷ କାର୍ଯ୍ୟ ଆଗେଇନେବା ସହ ପୂର୍ବ ପ୍ରତିକୂଳ ପାଗକୁ କୃଷକ ଭୁଲିିଯିବ। ସୂଚନାଯୋଗ୍ୟ, ଗତ ୨ବର୍ଷ ଧରି ଏହି ବ୍ଲକ ଅଞ୍ଚଳରେ ଜୁନ୍‌ ମାସରେ ବର୍ଷା ନ ହେବାରୁ ଚାଷକାର୍ଯ୍ୟ ବିଳମ୍ବ ହୋଇଥିଲା । ପରେ ମରୁଡି ଏବଂ ରୋଗପୋକ ଆକ୍ରମଣରେ ଫସଲ କ୍ଷତିଗ୍ରସ୍ତ ହୋଇଥିଲା । ଚଳିତ ବର୍ଷ ମଧ୍ୟ ଠିକ୍‌ ସମୟରେ ଜଳାଭାବ ଦେଖାଦେଇଛି। ତେଣୁ ଆଗାମୀ ୨ ଦିନ ମଧ୍ୟରେ ଯଦି ପାଣିପାଗ ବିଭାଗର ସୂଚନା ଅନୁସାରେ ଭଲ ବର୍ଷା ନ ହୁଏ ଚାଷ ବାଧାପ୍ରାପ୍ତ ହେବା ସହ ଆଶଙ୍କା ଓ ଅନିଶ୍ଚିତତା ମଧ୍ୟରେ ଚାଷୀଭାଇ ଦିନ ବିତାଇବେ। ସୂଚନାଯୋଗ୍ୟ, ଚଳିତ ବର୍ଷ ଏହି ବ୍ଲକ ଅଞ୍ଚଳରେ ୧୪ ହଜାର ୪ଶହ ୭୭ ହେକ୍ଟର ଜମିରେ ଧାନଚାଷ କରାଯିବାକୁ କୃଷି କାର୍ଯ୍ୟାଳୟ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ ରହିଛି। କେବଳ ମୌସୁମୀ ଉପରେ ନିର୍ଭରଶୀଳ ହୋଇପଡ଼ିବାରୁ ଭଲ ଫସଲ ଉତ୍ପାଦନ ନେଇ ଚାଷୀ ଭରସା କରିପାରୁନାହାନ୍ତି।
ଧାନଚାଷ ସମ୍ପର୍କରେ ବୋଲଗଡ଼ କୃଷି ଅଧିକାରୀ ଗୌରୀ ଶଙ୍କର ମିଶ୍ର କହିଛନ୍ତି, ଚଳିତ ଜୁଲାଇ ମାସରେ ବୋଲଗଡ ବ୍ଲକ ଅଞ୍ଚଳରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଛି । ଆଗକୁ ଭଲ ବର୍ଷା ହେବାର ଆଶା ରହିଛି । ସର୍ବେକ୍ଷଣରୁ ମିଳିଥିବା ସୂଚନା ଅନୁସାରେ ନିଅଣ୍ଟିଆ ବର୍ଷା କାରଣରୁ ବ୍ଲକ ଅଞ୍ଚଳର ପ୍ରାୟ ୬ ହଜାର ହେକ୍ଟର ଧାନବୁଣା ଜମିରେ ବେଉଷଣ କାର୍ଯ୍ୟ ଆଗେଇ ପାରିନାହଁ। ସେହିପରି ଧାନ ରୁଆ ପାଇଁ ଲକ୍ଷ୍ୟ ରଖାଯାଇଥିବା ମୋଟ ୩ ହଜାର ୨ଶହ ହେକ୍ଟର ଜମି ମଧ୍ୟରୁ ବର୍ଷା ଅଭାବ ଯୋଗୁ ମାତ୍ର ୩୦ହେକ୍ଟର ଜମିରେ ରୁଆ କାର୍ଯ୍ୟ ହୋଇପାରିଛି। କୃଷି କର୍ମଚାରୀମାନେ ସବୁବେଳେ ଚାଷଜମି ପରିଦର୍ଶନ କରିବା ସହିତ ଚାଷୀମାନଙ୍କୁ ବୈଷୟିକ ପରାମର୍ଶ ଦେଉଛନ୍ତି ବୋଲି ମିଶ୍ର ସୂଚନା ଦେଇଥିଲେ। ତେବେ ଅନିଶ୍ଚିତ ମୌସୁମିକୁ ସମ୍ପୂର୍ଣ୍ଣ ଭରସା ନ କରି ଚାଷ କାର୍ଯ୍ୟ ନିମନ୍ତେ ବ୍ଲକ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ଉପରେ ସରକାର ଗୁରୁତ୍ୱ ଦେବାକୁ ଚାଷୀମାନେ ଦାବି କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୩୦ ଫୁଟ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଚାପି ହୋଇଗଲେ ଚାଳକ

ନୟାଗଡ଼,୨୬ା୧୨(ଲୋକନାଥ ମିଶ୍ର): ନୟାଗଡ଼ଠାରେ ଗୁରୁବାର ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଚାଳକଙ୍କ ମୃତ୍ୟୁ ଘଟିଛି। ସୂଚନାରୁ ପ୍ରକାଶ ଯେ, ବିଶାଖାପାଟଣାରୁ ସିମେଣ୍ଟ...

ମା’ ଦୁଇ ପୁଅଙ୍କ ଉପରେ ମାଡ଼ି ଗଲା କାର୍‌: ଚାଲିଗଲା ସାନ ପୁଅଙ୍କ ଜୀବନ

ନୟାଗଡ଼,୧୬।୧୨(ଲୋକନାଥ ମିଶ୍ର): ବଲାଙ୍ଗୀର ଖୋର୍ଦ୍ଧା ୫୭ନମ୍ବର ଜାତୀୟ ରାଜପଥର ବାଣୀଗୋଛା ଥାନା କୁଲୁରୁକୁମ୍ପା ପଞ୍ଚାୟତର କୁମ୍ଭାରବିଡ଼ା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର...

ଦଶପଲ୍ଲାରେ ଚାଞ୍ଚଲ୍ୟ: ମାର୍ଗଶିର ଗୁରୁବାରରେ ମହିଳାଙ୍କ ତଣ୍ଟି କାଟିଦେଲେ

ଦଶପଲ୍ଲା,୧୨।୧୨: ନୟାଗଡ଼ ଜିଲା ବାଣିଗୋଚ୍ଛା ଥାନା ଗଙ୍ଗାଡିହ ଗାଁ ରାସ୍ତାକଡ଼ରୁ ଗୁରୁବାର ତଣ୍ଟିକଟା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି। କେହି ମହିଳାଙ୍କୁ ହତ୍ୟା...

ବିଦ୍ୟୁତ୍‌ ତାରରେ ଲାଗିଗଲା କଲରାପତରିଆ ବାଘ

ଖଣ୍ଡପଡ଼ା,୪ା୧୨(ଅଜୟ କୁମାର ମହାରଣା): ନୟାଗଡ଼ ଜିଲା ଖଣ୍ଡପଡ଼ା ବନାଞ୍ଚଳରେ ଶିକାରୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଶିକାରୀ ଓ ଅସାମାଜିକ ବ୍ୟକ୍ତିମାନେ...

ମେଡିକାଲରୁ ପୁଣି ଶିଶୁ ଚୋରି: ଜନ୍ମ ପରେ ନବଜାତକର ଫଟୋ ରଖିଥିଲେ ପରିବାର, ହେଲେ…

ନୟାଗଡ଼,୩୦ା୧୧(ଲୋକନାଥ ମିଶ୍ର): ରାଜ୍ୟରେ ଥିବା ବିଭିନ୍ନ ମେଡିକାଲରୁ ଶିଶୁ ଚୋରି ହେଉଥିବା  ବାରମ୍ବାର ଅଭିଯୋଗ ହେଉଛି। ଶୁକ୍ରବାର ସମ୍ବଲପୁର ଜିଲା ଭୀମସାର ମେଡିକାଲରୁ ଶିଶୁ ଚୋରି...

୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କଲେଜ ପ୍ରିନ୍ସିପାଲ୍

ନୟାଗଡ଼,୨୬।୧୧: ଦରମା ରିଲିଜ୍ କରାଇବାକୁ ଲାଞ୍ଚ ନେଇ ବନ୍ଧା ହେଲେ କଲେଜ ପ୍ରିନ୍ସିପାଲ୍। ନୟାଗଡ ଜିଲା ବାହାଡ଼ାଝୋଲା ଦଧିବାମନଜୀଉ କଲେଜ ପ୍ରିନ୍ସିପାଲ୍ ନଳିନୀ ରଞ୍ଜନ ଭୂୟାଁ...

ଶ୍ବଶୁର ଘର ଆଗରେ ଯୌତୁକ ସାମଗ୍ରୀ ଜାଳିଦେଲେ ଜ୍ବାଇଁ, ପରେ…

ଦଶପଲ୍ଲା,୨୫।୧୧: ନୟାଗଡ଼ ଜିଲା ନେଳିଗୁଡ଼ା ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଶ୍ବଶୁର ଘର ଆଗରେ ଯୌତୁକ ସାମଗ୍ରୀ ରଖି ନିଆଁ ଲଗାଇ...

୬ ଦିନ ହେଲା ନିଖୋଜ ଥିଲେ ଯୁବତୀ: ପୋଖରୀରୁ ମିଳିଲା ମୃତଦେହ

ଦଶପଲ୍ଲା,୧୪।୧୧: ନୟାଗଡ଼ ଜିଲା ଦଶପଲ୍ଲା ଥାନା ଶରୀରଗଣ୍ଡା ଗାଁ ପୋଖରୀରୁ ଗୁରୁବାର ଜଣେ ଯୁବତୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମିଳିଥିବା ସୂଚନା ମୁତାବକ, ୬ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri