କମ୍‌ ବୃଷ୍ଟିପାତ ନେଇ ଚିନ୍ତାରେ ଚାଷୀ

କେନ୍ଦୁଝର, ୨୭।୭ (ସ୍ବ.ପ୍ର./ ଡି.ଏନ.ଏ.)- କୃଷିପ୍ରଧାନ କେନ୍ଦୁଝର ଜିଲାରେ ସ୍ବଳ୍ପ ବୃଷ୍ଟିପାତ ଖରିଫ ଚାଷ କାର୍ଯ୍ୟରେ ବାଧକ ସାଜିଛି। ଚାଷ ଉପଯୋଗୀ ବର୍ଷା ଅଭାବରୁ ଅନେକ ଅଞ୍ଚଳରେ ଜମି ପଡିଆ ପଡିଛି। ପର୍ଯ୍ୟାପ୍ତ ଜଳସେଚନ ସୁବିଧା ନ ଥିବାରୁ ଜିଲାର ବିଭିନ୍ନ ଅଞ୍ଚଳରେ ଚାଷୀ ବର୍ଷାଜଳ ଉପରେ ନିର୍ଭର କରିଥାନ୍ତି । ଏଥର ବର୍ଷା ହେବା ପରେ ଚାଷୀମାନେ କେତେକ ଅଞ୍ଚଳରେ ତଳି ପକାଇବା ସହ ରୁଆ କାମ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ବର୍ଷା ନ ହେବାରୁ ଚାଷ କାମ ଆଗେଇ ପାରିନାହିଁ। ସରକାରୀ ତଥ୍ୟ ଅନୁଯାୟୀ ଜୁନରେ ଜିଲାରେ ୨୪୧.୪ ମି.ମି. ବର୍ଷା ହେବା ସ୍ଥାନରେ ୧୪୩.୨୨ ମିମି ବର୍ଷା ହୋଇଛି। ସେହିପରି ଚଳିତ ମାସ ୨୫ ତାରିଖ ସୁଦ୍ଧା ୩୧୮ମି.ମି. ବର୍ଷା ହେବାକୁ ଥିବା ବେଳେ ମାତ୍ର ୧୭୫.୪୬ ମି.ମି. ବର୍ଷା ହୋଇଛି ା ଏଭଳି ଅବସ୍ଥାରେ ସମ୍ଭାବ୍ୟ ମରୁଡି ପରିସ୍ଥିତିର ମୁକାବିଲା ଲାଗି ପ୍ରଶାସନ କୌଣସି ପଦକ୍ଷେପ ନେଇ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଜଳସେଚନ ସୁବିଧା ଲାଗି ବନ୍ଧ, କେନାଲ ନିର୍ମାଣ, ମରାମତି ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ କେନାଲ ଥିବା ଅଞ୍ଚଳର ତଳମୁଣ୍ଡରେ ପାଣି ପହଞ୍ଚୁ ନ ଥିବା ଅଭିଯୋଗ ହେଉଛି। କୃଷି ବିଭାଗ ପକ୍ଷରୁ ଫସଲ କ୍ଷୟକ୍ଷତି ସମ୍ପର୍କରେ ଠିକ ତଥ୍ୟ ଦିଆଯାଉ ନ ଥିବାରୁ ଚାଷୀମାନେ କୌଣସି ସହାୟତା ପାଇ ପାରୁ ନ ଥିବା ନବନିର୍ମାଣ କୃଷକ ସଂଗଠନର ଆବାହକ ଲକ୍ଷ୍ମୀଧର ପ୍ରଧାନ ଅଭିଯୋଗ କରିଛନ୍ତି।
ଗୋଟିଏ ଦିଗରେ ବର୍ଷାଭାବ ଓ ଅନ୍ୟ ଦିଗରେ ଜଙ୍ଗଲ ତଳି ଇଲାକାରେ ହାତୀ ଉପଦ୍ରବ ଚାଷୀଙ୍କୁ ଅଥୟ କରିଛି। ଜିଲାର ଚମ୍ପୁଆ,ବାଂଶପାଳ,ହରିଚନ୍ଦନପୁର,ସଦର, ଘଟଗଁା, ତେଲକୋଇ ଓ ପାଟଣାଅଞ୍ଚଳରେ ହାତୀ ଉପଦ୍ରବ ଚରମସୀମାରେ ପହଞ୍ଚିଛି। ଚାଷମାନେ ଜମିରେ ପକାଇଥିବା ଧାନତଳିକୁ ହାତୀପଲ ମାଡିମକଚି ନଷ୍ଟ କରୁଥିବା ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି।
ମରୁଡି ଅଞ୍ଚଳ ଘୋଷଣା ଲାଗି ଦାବିପତ୍ର
ସ୍ବଳ୍ପ ବୃଷ୍ଟି ହେତୁ କେନ୍ଦୁଝର ଜିଲାକୁ ମରୁଡି ଅଞ୍ଚଳ ଘୋଷଣା କରାଯାଉ ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିବାରୁ ଏହାର ପ୍ରତିକାର କରିବା ଏବଂ ଖଣିଖାଦାନରେ ଚାଷୀ ପରିବାରର ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ଏଥିରେ ଦାବି କରାଯାଇଛି। ସଂଗଠନର ଜିଲା ସଂଯୋଜକ ଲକ୍ଷ୍ମୀଧର ପ୍ରଧାନଙ୍କ ନେତୃତ୍ୱରେ ଇନ୍ଦ୍ରମଣି ବିଶ୍ୱାଳ,ଶ୍ୟାମସୁନ୍ଦର ମହାନ୍ତ,ସଂଗ୍ରାମ କିଶୋର ପ୍ରମୁଖ ଶୁକ୍ରବାର ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବାଲି ଚାଲାଣବେଳେ ପୋଲିସ ଉପରେ ଆକ୍ରମଣ: ଜଣେ ଗୁରୁତର

ଆନନ୍ଦପୁର/ଛେନାପଦି,୨୬।୪(ସୁଶାନ୍ତ କୁମାର ସାହୁ/ନିରାକାର ପରିଡା): ନନ୍ଦିପଦା ଥାନା ଅଧିନ ଜମ୍ଭରା ବାଲିପଦା ନିକଟରେ ପ୍ରବାହିତ ବୈତରଣୀ ନଦୀରୁ ଦୀର୍ଘଦିନ ଧରି ବେଆଇନ ବାଲିଉଠାଣ ହୋଇଆସୁଥିଲା ବେଳେ...

ବାଲିଘାଟରେ ପୋଲିସକୁ ଅତର୍କିତ ଆକ୍ରମଣ,୨ କନ୍‌ଷ୍ଟେବଲ ଗୁରୁତର

ଛେନାପଦି,୨୫।୩(ନିରାକାର ପରିଡ଼ା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧୀନ ଜମ୍ଭିରା ବାଲିପଦା ନିକଟରେ ପ୍ରବାହିତ ବୈତରଣୀ ନଦୀ ବାଲିଘାଟରେ ପୋଲିସକୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଚୋରା...

ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ

ପାଟଣା,୨୫।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ନମ୍ବର ମୁମ୍ବାଇ କଲିକତା ଜାତୀୟ ରାଜପଥର ହାତୀବାରୀ ନିକଟରେ ଏକ ଟ୍ରକ ବାଇକ ଆରୋହୀଙ୍କୁ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:ମା’-ପୁଅ ଗୁରୁତର

ହାଟଡିହୀ,୨୫l୩(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର- ଭଦ୍ରକ ୫୩ନଂ ରାଜ୍ୟ ରାଜପଥର ହାଟଡିହୀ ବ୍ଲକ ଅଣା ଛକ ନିକଟରେ ମଙ୍ଗଳବାର ମଧ୍ୟାହ୍ନ ସମୟରେ ଏକ ମର୍ମନ୍ତୁଦ ସଡକ...

ଆସନ୍ତା ମାସରୁ କେନ୍ଦୁଝରରେ କାର୍ଯ୍ୟକ୍ଷମ ହେବ କର୍କଟ ହସ୍ପିଟାଲ

କେନ୍ଦୁଝର,୨୫ା୩: କେନ୍ଦୁଝର ଜିଲାରେ ଥିବା ବହୁ ପ୍ରତୀକ୍ଷିତ କର୍କଟ ହସ୍ପିଟାଲ୍ ବର୍ତ୍ତମାନ ନିର୍ମାଣର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ୨୦୨୫ ଏପ୍ରିଲ୍ ମାସରୁ କାର୍ଯ୍ୟକ୍ଷମ ହେବ...

ବାଲଟି ପାଣିରେ ବୁଡି ଦେଢ଼ବର୍ଷର ଶିଶୁପୁତ୍ରର ଜୀବନଗଲା

ପାଟଣା,୨୪।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ସିଲିଦାରେ ସୋମବାର ଅଭାବନୀୟ ଘଟଣା ଘଟିଛି। ଜଣେ ଦେଢ଼ ବର୍ଷର ଶିଶୁପୁତ୍ରର ପାଣି ବାଲଟିରେ ବୁଡି...

ବାଲ୍ୟବିବାହ କରିଥିବା ନାବାଳିକାଙ୍କୁ ଉଦ୍ଧାର କଲା ପ୍ରଶାସନ

ପାଟଣା,୨୪।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପ୍ରଶାସନ ସୋମବାର ଏକ ବାଲ୍ୟବିବାହ ହୋଇଥିବା ଜଣେ ୧୫ବର୍ଷ ନାବାଳିକାଙ୍କୁ ଉଦ୍ଧାର କରିଛି। ସୂଚନା ଯେ, କଣ୍ଟି...

ହତ୍ୟାକାରୀଙ୍କୁ ୭ବର୍ଷ ଜେଲ

କେନ୍ଦୁଝର,୨୪।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଏକ ହତ୍ୟା ମାମଲାରେ ବିଚାର କରି କେନ୍ଦୁଝର ଏଡିଜେ ମମିତା ଦାସ ଦୈତାରୀ ଗ୍ରାମର ଅଭିଯୁକ୍ତ ସୁନାରାମ ମାଝୀ(୩୫)ଙ୍କୁ ୭ବର୍ଷ ସଶ୍ରମ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image