କମ୍‌ ବୟସ୍କ ଯୁବକଙ୍କ ସହ ରୋମାନ୍ସ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ୨ ଦଶନ୍ଧି ଧରି ବଲିଉଡ୍‌ରେ ଜଲଓ୍ବା ଦେଖାଉଥିବା ବେବୋ ଏବେ ନିଜ ପରିବାର ସହ ସ୍ବିଜରଲାଣ୍ଡରେ ଛୁଟି କଟାଉଛନ୍ତି। ନିକଟରେ ଅଭିନେତ୍ରୀ କରୀନା କପୁର ଖାଁଙ୍କ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ର ରିଲିଜ୍‌ ହୋଇଛି। ଏହି ଫିଲ୍ମକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ଫିଲ୍ମରେ କରୀନା ଜଣେ ଗର୍ଭବତୀ ଚରିତ୍ରରେ ଅଭିନୟ କରିଛନ୍ତି। ଅଭିନୟ କ୍ୟାରିୟରରେ କରୀନା ନିଜର ପାରମ୍ପରିକ ଧାରାକୁ ପଛରେ ପକାଇ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଥିବା ଦେଖିବାକୁ ମିଳିଛି। ଏକ ସାକ୍ଷାତ୍‌କାରରେ କରୀନା କହିଛନ୍ତି, ଯେତେବେଳେ ସେ ବୃଦ୍ଧା ହୋଇଯିବେ, ସେତେବେଳେ ଏକ ଭିନ୍ନ ଚରିତ୍ରରେ ଅଭିନୟ କରିବେ। ଯେପରିକି ଜଣେ ବୟସ୍କା ମହିଳା ଜଣେ କମ୍‌ ବୟସର ଯୁବକଙ୍କ ସହ ରୋମାନ୍ସ କରି ସବୁ ନିୟମକୁ ଭଙ୍ଗ କରିଦେବ। ଏଥିସହ ଦୁଇ ଭିନ୍ନ ଭିନ୍ନ ପିଢ଼ି ପରସ୍ପର ପ୍ରେମରେ ପଡ଼ିଯିବେ। କେବଳ ସେତିକି ନୁହେଁ, ନିଜ ଓ ଅଭିନେତା ସୈଫ ଅଲ୍ଲୀ ଖାଁଙ୍କ ଭିତରେ ଥିବା ସମ୍ପର୍କ ଏବଂ ପ୍ରିୟଙ୍କା ଚୋପ୍ରା, ନିକ୍‌ ଜୋନ୍ସଙ୍କ ସମ୍ପର୍କର ଉଦାହରଣ ଦେଇଛନ୍ତି। ଏହା କୌଣସି ବଡ଼ କଥା ହୋଇ ନ ଥିବା ବେଳେ ନିର୍ମାତାଙ୍କୁ ଏବେ ନିଜର ମାନସିକ ବଦଳାଇବାର ସମୟ ଆସିଛି ବୋଲି କରୀନା କହିଛନ୍ତି। ନିକଟରେ ଫିଲ୍ମ ‘ଶିମ୍‌ଲା ମିର୍ଚ୍ଚି’ର ଟ୍ରେଲରେ ରିଲିଜ୍‌ ହୋଇଥିବା ବେଳେ ଏଥିରେ କିଛି ଏଭଳି ଚରିତ୍ର ଦେଖିବାକୁ ମିଳିଥିଲା। ଯେଉଁଥିରେ ହେମାମାଳିନୀ ନିଜ ପୁଅ ବୟସର ଯୁବକଙ୍କ ପ୍ରେମରେ ପଡ଼ିଯାଇଥାନ୍ତି। ଏହି ଫିଲ୍ମରେ ନିର୍ଦ୍ଦେଶନା ଓ ପ୍ରଯୋଜନା ଭାର ରମେଶ ସିପ୍ପି ତୁଲାଇଥିବା ବେଳେ ୩ ଜାନୁୟାରୀରେ ଏହା ପରଦାକୁ ଆସିବ।

Share