Categories: ଖେଳ

କମ୍‌ ରନ୍‌ ଦେଇ ଅଧିକ ଉଇକେଟ ନେବାର ରେକର୍ଡ

ନର୍ଥ ସାଉଣ୍ଡ,୨୬।୮: ଏଠାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟକୁ ଭାରତୀୟ ଦଳ ବୃହତ୍‌ ବ୍ୟବଧାନରେ ଜିତିନେଇଛି। ବିଜୟରେ ୟର୍କର ସ୍ପେଶାଲିଷ୍ଟ ଯଶ୍‌ପ୍ରୀତ ବୁମ୍‌ରା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଏହି ମ୍ୟାଚ୍‌ରେ ଖୁବ କମ୍‌ ରନ୍‌ ଦେଇ ଅଧିକ ଉଇକେଟ ନେଇଥିବା ଭାରତୀୟ ବୋଲର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଆଣ୍ଟିଗୁଆ ଟେଷ୍ଟର ଦ୍ୱିତୀୟ ଇନିଂସରେ ବୁମ୍‌ରା ୭ ରନ୍‌ ଦେଇ ୫ ଉଇକେଟ ଅକ୍ତିଆର କରିଥିଲେ। ତାଙ୍କ ପୂର୍ବରୁ ଏହି ରେକର୍ଡ ଭେଙ୍କଟପତି ରାଜୁଙ୍କ ନାମରେ ଥିଲା। ସେ ୧୯୯୦ ଶ୍ରୀଲଙ୍କା ବିପକ୍ଷରେ ୧୨ରନ୍‌ ବିନିମୟରେ ୬ ଉଇକେଟ ନେଇଥିଲେ। କମ୍‌ ରନ୍‌ ଦେଇ ଅଧିକ ଉଇକେଟ ନେଇଥିବା ଭାରତୀୟ ବୋଲରଙ୍କ ତାଲିକାରେ ହରଭଜନ ସିଂ (୫/୧୩), ରବୀନ୍ଦ୍ର ଜାଡେଜା (୫/୧୨), ସୁଭାଷ ଗୁପ୍ତେ ୫/୧୮, ଜାଭାଗଲ ଶ୍ରୀନାଥ (୬/୨୧) ରହିଛନ୍ତି।

Share