କରଞ୍ଜାବିନ୍ଧା ଯୁବକ ସଂଘ ତରଫରୁ ସହାୟତା ପ୍ରଦାନ

ବାହାନଗା, ୩ା୪(ଡି.ଏନ.ଏ.)-କରୋନା ଭାଇରସର ସଫଳ ମୁକାବିଲା ପାଇଁ ସରକାରଙ୍କୁ ସହଯୋଗ ନିମନ୍ତେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତସ୍ଥିତ ଉପର କରଞ୍ଜାବିନ୍ଧା ଗ୍ରାମର ଥିବା ଯୁବକ ସଂଘ ଆଗକୁ ବାହାରିଛନ୍ତି ା ସେମାନେ ନିଜ ତରଫରୁ କିଛି କିଛି ଅର୍ଥ ଆଦାୟ କରିବା ସହିତ ଗ୍ରାମର ଅନ୍ୟ ଯୁବକମାନଙ୍କଠାରୁ ମଧ୍ୟ ଅର୍ଥ ଆଦାୟ କରି ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ଅର୍ଥ ପ୍ରଦାନ କରିଛନ୍ତି ା ଉପରକରଞ୍ଜାବିନ୍ଧା ଗ୍ରାମର ଯୁବକ ସଂଘ ତରଫରୁ ୱାର୍ଡ ସଭ୍ୟ ଭାଗବତ ଯେନା, ୱାର୍ଡ ସଭ୍ୟ ସହଦେବ ବେହେରା ଓ ଅରୂପ କୁମାର ଦାସଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତା ପବିତ୍ର କୁମାର ଦାସ, ସୁବ୍ରତ ଯେନା, ଡମ୍ବୁରଧର ଯେନା, ରାଜେନ୍ଦ୍ର ଯେନା, ରାଜେଶ ପରିଡା ପ୍ରମୁଖଙ୍କ ସହଯୋଗରେ ଗ୍ରାମବାସୀ ଓ କେତେକ ଯୁବକଙ୍କଠାରୁ ଅର୍ଥ ଆଦାୟ କରିବା ସହିତ ସଂଘର କର୍ମକର୍ତ୍ତାଙ୍କ ସହାୟତା ସମେତ ଗ୍ରାମର ଜଣେ ବରିଷ୍ଠ ନାଗରିକ ସନ୍ତୋଷ କୁମାର ଦାସ ଦେଇଥିବା ୧ହଜାର ଟଙ୍କାର ସହାୟତାକୁ ମିଶାଇ ୬ ହଜାର ୨୦ଟଙ୍କାର ଏକ ଚେକ୍‌ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ବାହାନଗା ତହସିଲଦାର ରାଜେନ୍ଦ୍ର କୁମାର କରଙ୍କ ଦ୍ୱାରା ପ୍ରଦାନ କରିଛନ୍ତି ା