କରଞ୍ଜିଆରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା : ଡାକ୍ତରଙ୍କୁ ମାଡ଼

ବାରିପଦା ଅଫିସ,୨୩।୯ : ମୟୂରଭଞ୍ଜ ଜିଲା କରଞ୍ଜିଆସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଭୁଲ ଚିକିତ୍ସା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୃତକଙ୍କ ପରିବାର ଲୋକ ଓ ସ୍ଥାନୀୟ ଲୋକେ ଚିକିତ୍ସା କରିଥିବା ଡାକ୍ତରଙ୍କୁ ମାଡ଼ ମାରିଛନ୍ତି। । ମୃତ ମହିଳା ଜଣକ ହେଲେ କରଞ୍ଜିଆ ସହର ଦିଲ୍ଲୀପ କୁମାର ସାହୁଙ୍କ ସ୍ତ୍ରୀ ମନ୍ଦାକିନୀ (୩୫)। ସୂଚନାଯୋଗ୍ୟ, ମନ୍ଦାକିନୀଙ୍କର ୨ଟି ଝିଅ ଅଛନ୍ତି। ଜଣେ ପାଞ୍ଚ ବର୍ଷର ହୋଇଥିବାବେଳେ ଆଉ ଜଣେ ୬ ମାସର।