କରଣଙ୍କ ରୋମାଣ୍ଟିକ୍‌ ଫିଲ୍ମରେ ନଜର ଆସିବେ ଆୟୁଷ୍ମାନ

ମୁମ୍ବାଇ: ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଭେଟି ଦେବା ପରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଚାହିଦା ବଢ଼ିଗଲାଣି। ନାମୀଦାମୀ ନିର୍ଦ୍ଦେଶକ ଆୟୁଷ୍ମାନଙ୍କୁ ତାଙ୍କ ଫିଲ୍ମରେ ନେବା ପାଇଁ ଚାହୁଁଛନ୍ତି। ଖୁବ୍‌ଶୀଘ୍ର ସେ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ଫିଲ୍ମରେ ନଜର ଆସିବେ। ଧର୍ମା ପ୍ରଡକ୍ସନ ସଂସ୍ଥାରେ ନିର୍ମାଣ ହେବାକୁ ଯାଉଥିବା ଏକ ରୋମାଣ୍ଟିକ୍‌, କମେଡି ଫିଲ୍ମରେ ଆୟୁଷ୍ମାନ କାମ କରିବେ ବୋଲି ଶୁଣିବାକୁ ମିଳୁଛି। ଫିଲ୍ମର ଟାଇଟଲ୍‌ କ’ଣ ରହିଛି ତାହା ଜଣା ପଡ଼ି ନ ଥିଲେ ହେଁ ଆୟୁଷ୍ମାନ ଫିଲ୍ମଟିରେ ସାଇନ୍‌ କରିଥିବା ସ୍ପଷ୍ଟ ହୋଇଛି।

‘ଗୁଡ୍‌ନ୍ୟୁଜ୍‌’, ‘ସୂର୍ଯ୍ୟବଂଶୀ’ ଏବଂ ‘ବ୍ରହ୍ମାସ୍ତ୍ର’ପରେ ଧର୍ମା ପ୍ରଡକ୍ସନ ଆଉ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଯେଉଁଥିରେ ଆୟୁଷ୍ମାନ ଅଭିନୟ କରିବେ। ଯଦିଓ ଆୟୁଷ୍ମାନ ଏବଂ କରଣ ଜୋହର ଏନେଇ କିଛି କହି ନାହାନ୍ତି ତଥାପି ଆୟୁଷ୍ମାନ କହିଛନ୍ତି କରଣଙ୍କୁ କିଛି ଦିନ ପୂର୍ବରୁ ସେ ପଚାରିଥିଲେ ତାଙ୍କ ଫିଲ୍ମରେ ଅଭିନୟ କରିପାରିବେ କି। କିନ୍ତୁ ଏହି ଅଫରକୁ ସେତେବେଳେ ସେ ରିଜେକ୍ଟ କରିଦେଇଥିଲେ। ବର୍ତ୍ତମାନ କରଣ ତାଙ୍କୁ ଫିଲ୍ମରେ ନେବା ପାଇଁ ଚାହୁଁଛନ୍ତି।

Share