କରତକଳ ଉପରେ ଚଢ଼ାଉ: ୩ ଲକ୍ଷ ଟଙ୍କାର ଯନ୍ତ୍ରାଂଶ, କାଠ ଜବତ

ବନ୍ତ,୩୦।୭(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ା ଥାନା ଅଧୀନ କୁଆଂଶମଢ଼ିଆଠାରେ ବେଆଇନ ଭାବେ ଚାଲୁଥିବା ଏକ କରତକଳ ଉପରେ ମଙ୍ଗଳବାର ସକାଳେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏସିଏଫ୍‌ ବିରାଜ ମୋହନ ମହାନ୍ତି, ମାଜିଷ୍ଟ୍ରେଟ ବିଶ୍ୱନାଥ ବିଶ୍ୱାଳ ଓ ଭଦ୍ରକ ରେଞ୍ଜର ରଣଜିତ ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢ଼ାଉକରି ୩ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ସହ ୫୦ ହଜାର ଟଙ୍କାର କାଠ ଜବତ କରିଛନ୍ତି । ଜେସିବି ଲଗାଇ କରତକଳ ଚାଲିଥିବା ସମ୍ପୂର୍ଣ୍ଣ ସ୍ଥାନକୁ ଭାଙ୍ଗି ଦିଆଯାଇଛି।