କରତକଳ ଉପରେ ବନବିଭାଗର ଚଢ଼ାଉ

ଜଳେଶ୍ୱର,୨୦।୧୨(ଡି.ଏନ୍‌.ଏ.) : ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ବର୍ତ୍ତନା ଗ୍ରାମରେ ଥିବା ବେଆଇନ କରତକଳ ଉପରେ ଶୁକ୍ରବାର ବନବିଭାଗର ଏସିଏଫ୍‌ ସମୀର କୁମାର ସାହୁ, ବାରିପଦା ଭିଜିଲାନ୍ସ ଡିଏସ୍‌ପି, ବାଲେଶ୍ବର ବନବିଭାଗ ମାଜିଷ୍ଟ୍ରେଟ, ରେଞ୍ଜର ଦେବେନ୍ଦ୍ର ପାତ୍ର ଏବଂ ଜଳେଶ୍ବର ଫରେଷ୍ଟର ରତିକାନ୍ତ ପାଢ଼ୀ ପ୍ରମୁଖ ମିଳିତ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଶ ଜବତ କରିଛନ୍ତି।
ସୂଚନା ଅନୁଯାୟୀ, ଏବେ କରତକଳଗୁଡିକ ବନ୍ଦ ରଖିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଥିଲେ ମଧ୍ୟ ବର୍ତ୍ତନା ଗ୍ରାମରେ ସରକାରୀ ନିୟମକୁ ବେଖାତିର କରି କରତକଳ ଚାଲି ଆସୁଥିଲା। ଆଜି କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ଏବଂ ଭିଜିଲାନ୍ସ ଟିମ୍‌ ମିଳିତ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଶ ଜବତ କରିଥିବା ବେଳେ କରତକଳ ମାଲିକ ଫେରାର ହୋଇଯାଇଛନ୍ତି।